ଗୁରୁତ୍ୱପୂର୍ଣ ସୂଚନା : ଡିସେମ୍ବରରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ
ନୂଆଦିଲ୍ଲୀ : ଚଳିତମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ ଚଳିତ ମାସ ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡିକ ୧୨ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଏନେଇ ଆରବିଆଇ (RBI) ପକ୍ଷରୁ ଚଳିତ ବର୍ଷର ଛୁଟି ତାଲିକା ଜାରି କରାଯାଇଛି । ଚଳିତ ମାସର ଉତ୍ସବ ଏବଂ ଅନ୍ୟ କାମ ଯୋଗୁଁ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ତେବେ ଏଥିପରେ ସପ୍ତାହନ୍ତ ଛୁଟି ମଧ୍ୟ ସାମିଲ ରହିଛି । ଚଳିତ ମାସ, ୩, ୫, ୧୧, ୧୨, ୧୮ ,୧୯ ,୨୪, ୨୫, ୨୬, ୨୭, ୩୦ ଓ ୩୧ ତାରିଖରେ ବ୍ୟାଙ୍କ ବନ୍ଦ ରହିବ ।
ନଜର ପକାନ୍ତୁ କେଉଁ କାରଣ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ :
ଡିସେମ୍ବର ୩ ତାରିଖରେ St.Francis Xavierକୁ ନେଇ ଗୋଆରେ ଛୁଟି ରହିବ । କିନ୍ତୁ ଦେଶର ଅନ୍ୟ ରାଜ୍ୟରେ ବ୍ୟାଙ୍କ ଖୋଲା ରହିବ ।
ଡିସେମ୍ବର ୫ : ରବିବାର ପଡୁଥିବାରୁ ବ୍ୟାଙ୍କ ଛୁଟି ରହିବ।
ଡିସେମ୍ବର ୧୧ : ଦ୍ବିତୀୟ ଶନିବାର।
ଡିସେମ୍ବର ୧୨ : ରବିବାର।
ଡିସେମ୍ବର ୧୮ : ୟୁସୋସୋ ଥାମଙ୍କ ଜୟନ୍ତୀ ଥିବାରୁ ସିଲଂରେ ବ୍ୟାଙ୍କ ବନ୍ଦ ।
ଡିସେମ୍ବର ୧୯ : ରବିବାର ।
ଡିସେମ୍ବର ୨୪ : ଖ୍ରୀଷ୍ଟମାସ ଉତ୍ସବ ପାଇଁ ଆଇଜୋଲ ଏବଂ ସିଲଂରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।
ଡିସେମ୍ବର ୨୫ : ଖ୍ରୀଷ୍ଟମାସ ।
ଡିସେମ୍ବର ୨୬ : ରବିବାର ।
ଡିସେମ୍ବର ୨୭ : ଖ୍ରୀଷ୍ଟମାସ ଉତ୍ସବ ପାଇଁ ଆଇଜୋଲରେ ବ୍ୟାଙ୍କ ବନ୍ଦ ।
ଡିସେମ୍ବର ୩୦ : ୟୁ କିୟାଙ୍ଗ ନଙ୍ଗବାହକଙ୍କ ମୃତ୍ୟୁ ବାର୍ଷିକୀ ଅବସରେ ସିଲଂରେ ବନ୍ଦ ରହିବ ବ୍ୟାଙ୍କ ।
ଡିସେମ୍ବର ୩୧ : ନ୍ୟୁ ଇୟର ଇଭିନ୍ଂ ଅବସରରେ ଆଇଜୋଲରେ ବ୍ୟାଙ୍କ ବନ୍ଦ ।
