ବନ୍ଦେ ଭାରତକୁ ନେଇ ପଶ୍ଚିମବଙ୍ଗରେ ବୟାନବାଜି ଜାରି, ମମତାଙ୍କ ମନ୍ତ୍ରୀ ପୁରୁଣା ଟ୍ରେନକୁ ନୂଆ ଚେହେରା ଦେଇଥିବା କଲେ ଦାବି
କଲିକତା : ବନ୍ଦେ ଭାରତ ଟ୍ରେନ୍ ସମ୍ପର୍କରେ ପଶ୍ଚିମବଙ୍ଗରେ ରାଜନୀତି ବନ୍ଦ ହେବାର ନାମ ନେଉନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ବର୍ତମାନ ତାଙ୍କ କ୍ୟାବିନେଟ ସହକର୍ମୀ ଉଦୟନ ଗୁହା ଦାବି କରିଛନ୍ତି ଯେ, ଏହି ଟ୍ରେନରେ ବିଶେଷ କିଛି ନାହିଁ, ପୁରୁଣା ଟ୍ରେନକୁ ପୁନଃ ନିର୍ମାଣ କରି ତ୍ସେରେ ଏକ ନୂତନ ଇଂଜିନ୍ ଲଗାଇ ଲୋକଙ୍କୁ ପ୍ରତାରଣା କରାଯାଉଛି । ମନ୍ତ୍ରୀ ଉଦୟନ ଗୁହା କହିଛନ୍ତି ଯେ, ସାଧାରଣ ଟ୍ରେନର ନାମ ବନ୍ଦେ ଭାରତକୁ ବଦଳାଯାଇଛି ଏବଂ ହାଇସ୍ପିଡ଼୍ ଟ୍ରେନର ଭଡ଼ା ଆଦାୟ କରାଯାଉଛି । ଯଦି ଏହା ପ୍ରକୃତରେ ଏକ ଦ୍ରୁତଗ୍ରାମୀ ଟ୍ରେନ ତ ତେବେ ହାୱଡ଼ାରୁ ନୂଆ ଜଲପାଇଗୁଡ଼ିରେ ପହଂଚିବାକୁ ଆଠ ଘଂଟା କାହିଁକି ଲାଗୁଛି ? ବାସ୍ତବତା ହେଉଛି ସାଧାରଣ ଟ୍ରେନକୁ ଫେସିଲିଟି ଦେଇ କେନ୍ଦ୍ର ସରକାର ଜନସାଧାରଣଙ୍କ ଟଙ୍କାକୁ ଅପବ୍ୟବହାର କରୁଛନ୍ତି ।
