ବାଲେଶ୍ୱର ବିଧାୟକଙ୍କ ଦ୍ୱାରା ୧୧ କୋଟି ଟଙ୍କା ବ୍ୟୟରେ ୫ଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ
ବାଲେଶ୍ୱର : ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୧୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୫ ଗୋଟି ପ୍ରମୁଖ ପୂର୍ତ୍ତ ବିଭାଗ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ସହ ଶୁଭ ଶିଳାନ୍ୟାସ କରିଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଉପ-ନିର୍ବାଚନ ସମୟରେ ବାଲେଶ୍ୱରର ଦାୟିତ୍ୱ ନେବେ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ଆଜି ଏହାର ସଫଳ ରୂପାୟନ ହୋଇଥିବାରୁ ବିଧାୟକ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଶିଳାନ୍ୟାସ ହୋଇଥିବା ରାସ୍ତାର ଦୈର୍ଘ୍ୟ ମୋଟ୍ ୪.୫ କିମି ଥିବା ବେଳେ ଏହି ରାସ୍ତା ବାଲେଶ୍ୱର ପୌରପାଳିକାରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପରେ ଏହାର ନବକଳେବର ହେବା ସହ ସାଧାରଣ ଲୋକଙ୍କ ଗମନାଗମନରେ ସୁଧାର ଆସିବ । ବିଧାୟକ ଶ୍ରୀ ଦାସ ଆଜିମାବାଦ, ମାଣିଖମ୍ବ, ଭାସ୍କରଗଞ୍ଜ ଛକ, ସହଦେବଖୁଣ୍ଟା ଛକ ଏବଂ ଶୋଭାରାମପୁର ଛକରେ ପହଞ୍ôଚ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଶିଳାନ୍ୟାସ କରିଥିଲେ । କାର୍ଯ୍ୟକ୍ରମରେ ଟାଉନ ସଭାପତି ସନତ ଦାସ, ପୂର୍ବତନ ପୌର ଉପ-ନଗରପାଳ ମନୋଜ ରାଉତ, ଟାଉନ ମହିଳା ସଭାପତି ମିନା ମହାନ୍ତି, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡ଼ି, କୈଳାଶ ସେଠି, ବିଶ୍ୱଜିତ ମହାପାତ୍ର, ସେଖ ସାକିର, କୈଳାଶ ବିହାରୀ ଦାଶ, ସେକ ରାଜୁ, କାର୍ତ୍ତିକ ସାହୁ, ଧନଞ୍ଜୟ ଜେନା, ସଞ୍ଜୟ ବେହେରା, ସଞ୍ଜୀବ ଦାଶ, ରାଜଲଷ୍ମୀ ଚାଟାର୍ଜୀ, ଆଶ୍ରିତା ତରେଇ, ବିଳାସିନୀ ବେହେରା, କବିତା ମୁର୍ମୁ, ମିନାରାଣୀ ବିଶ୍ୱାଳ, ସୁନିତା ଖିଲାର, ଅବସ ଦାଶ, ନିରଞ୍ଜନ ମହାନ୍ତି, ଜୟନ୍ତୀ ଦତ୍ତ, ଶକ୍ତିକାନ୍ତ ଜେନା, ଭାନୁମତି ଜେନା, ବାବୁଲି ମହାରଣା, ପିଙ୍କି ମହାନ୍ତି, ରୋଜି ପଟ୍ଟନାୟକ, ଅପର୍ଣ୍ଣା ସାହୁ ପ୍ରମୁଖ ଯୁବ ମହିଳା ଏବଂ ଦଳୀୟ କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ ।
