ବାଲେଶ୍ୱର : ରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କ ଠୁ ଅଢ଼େଇ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ
ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ଵରର ବଡ଼ ବଜାରରେ ଅଭିନବ ଉପାୟରେ ଲୁଟ୍ । ରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କ ଠୁ ଅଢ଼େଇ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ । ମହିଳାଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳରେ ବୋଲି ଜଣାପଡିଛି । ଜଳେଶ୍ୱର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଆଧାରରେ ୨ ଛଦ୍ମବେଶୀ ଲୁଟେରାଙ୍କୁ ଖୋଜୁଛି ।
ଦୁଇ ଛଦ୍ମବେଶୀ ଯୁବକ ବାବା ବେଶରେ ଆସି ବଡବଜାର ଟାଉନ ହାଇସ୍କୁଲ ସାମ୍ନାରେ ଜଣେ ମହିଳାଙ୍କ ହସ୍ତରେଖା ଦେଖିଥିଲେ । ଭବିଷ୍ୟତ କହିବା ବାହାନାରେ ପିନ୍ଧିଥିବା ସମସ୍ତ ସୂନା ଗହଣା ଖୋଲି ବ୍ୟାଗରେ ରଖିବାକୁ କହିଥିଲେ । ସେମାନଙ୍କ କଥାରେ ପଡି ମହିଳା ଜଣଙ୍କ ସୂନା ଗହଣା ଖୋଲି ବ୍ୟାଗରେ ରଖିଥିଲେ । ଏହାର ସୂଯୋଗ ନେଇ ଯୁବକ ଦୁଇ ଜଣ ମହିଳାଙ୍କ ସମସ୍ତ କାନ ଫୁଲ, ହାତ ବଳା, ଚେନ୍ ଏବଂ ବିଭିନ୍ନ ଅଳଙ୍କାର କୁ ମିଶାଇ ପ୍ରାୟ ଅଢେଇ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ନେଇ ବାଇକରେ ନେଇ ଫେରାର ହୋଇଯାଇଥିଲେ ।
