ବାଲେଶ୍ୱର : ନଭେମ୍ବର ୭ରେ ଜିଲା ଖୋ ଖୋ ପ୍ରତିଯୋଗିତା
ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ଆନୁକୁଲ୍ୟରେ ଆସନ୍ତା ମାସ ୭ ତାରିଖରେ ମିଶନ ହାଇସ୍କୁଲ ପଡ଼ିଆ ଠାରେ ଜିଲା ସବ ଜୁନିୟର ଏବଂ ସିୁନିୟର (ମହିଳା ଏବଂ ପୁରୁଷ) ଖୋ ଖୋ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଜିଲାର ଆଗ୍ରହୀ ଖୋ ଖୋ ଦଳ ସେମାନଙ୍କର ନିର୍ଦ୍ଦିଷ୍ଟ ଫର୍ମରେ ଆସନ୍ତା ନଭେମ୍ବର ୨ ତାରିଖ ସୁଦ୍ଧା ଜିଲା କ୍ରୀଡ଼ା ସଂଘ ଅଫିସରେ ଦାଖଲ କରିବାକୁ କ୍ରୀଡ଼ା ସଂଘ ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ଜଣାଇଛନ୍ତି ।
ଏ ସମ୍ପର୍କରେ ସବିଶେଷ ତଥ୍ୟ ଜଣିବା ପାଇଁ ଆସୋସିଏସନର ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର୍ର ନାୟକ, (୯୪୩୭୦୮୭୭୨୧ ) ଓ ଉପସଭାପତି ବିରେନ୍ଦ୍ର୍ର କୁମାର ସ୍ୱାଇଁ, (୮୧୪୪୬୮୯୪୮୫)ଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏହି ପ୍ରତିଯୋଗୀତା ୭ ତାରିଖ ସକାଳ ୮ ଟାରୁ ଆରମ୍ଭ ହେବ । ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ଖେଳାଳୀମାନଙ୍କ ମଧ୍ୟରୁ ଜିଲା ସବ ଯୁନିୟର ଏବଂ ସିୁନିୟର (ମହିଳା ଏବଂ ପୁରୁଷ) ଟିମ୍ ପାଇଁ ଖେଳାଳୀ ମନୋନୀତ କରାଯାଇ ଆନ୍ତଃ ଜିଲା ଖୋ ଖୋ ପ୍ରତିଯୋଗୀତାରେ ବାଲେଶ୍ୱର ଜିଲା ତରଫରୁ ପ୍ରତିନିଧିତ୍ୱ କରିବେ ।
