ବାଲେଶ୍ୱର : ବିଜେଡି ଜିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥିତ ପଦ୍ମାବତୀ ୱାଟର ପାର୍କ ଏଣ୍ଡ ରିସର୍ଟରେ ବିଜେଡି ଜିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତି ଓ ପ୍ରଯ୍ୟଟନ ମନ୍ତ୍ରୀ ତଥା ବିଜେଡି ଜିଲା ସଭାପତି ଅଶ୍ୱିନୀ କୁମାର ପାତ୍ର ଏହି ବୈଠକରେ ସଭାପତିତ୍ୱ କରିଥିଲେ । ଶକ୍ତି ମନ୍ତ୍ରୀ ତଥା ବିଜେଡି ଜିଲା ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ ଯୋଗଦେଇ ବିଜେଡିକୁ ଜିଲାରେ ଅଧିକରୁ ଅଧିକ ସଂଗଠିତ ଓ କ୍ରିୟାଶୀଳ କରିବା ପାଇଁ ସମସ୍ତଙ୍କୁ ଏକ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ଆସନ୍ତା ନିର୍ବାଚନରେ ଦଳ ୮ରୁ ୮ଟି ବିଧାୟକ ଏବଂ ସାଂସଦଙ୍କୁ ବିଜୟ କରିବା ସହ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରି ଦେଶର ଏକ ନୂତନ ରେକର୍ଡ଼ ସୃଷ୍ଟି କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟତମ ଅତିଥି ଭାବେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେଇ ବାଲେଶ୍ୱର ଜିଲା ବିଜେଡି ଗଡ଼ ଭାବରେ ପରିଚିତ । ଏଠାକାର ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତା ନିର୍ବାଚନରେ ନିଶ୍ଚିତ ଆଶୀର୍ବାଦ କରିବେ ବୋଲି କହିଥିଲେ ।

ଅତାବିରା ବିଧାୟିକା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ମୁଖ୍ୟମନ୍ତ୍ରୀ ମା’ ମାନଙ୍କ ପାଇଁ ଅନେକ ଯୋଜନା ମାନ କରିଛନ୍ତି । ସେଥିପାଇଁ ଆଜି ଓଡ଼ିଶାରେ ମହିଳାମାନେ ସାରାଦେଶରେ ଉଦାହରଣ ପାଲଟିଛନ୍ତି । ଏଣୁ ମହିଳା ବିଜେଡିକୁ ଅଧିକରୁ ଅଧିକ ସକ୍ରିୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ଚାନ୍ଦବାଲି ବିଧାୟକ ତଥା ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ ଯୋଗଦେଇ ଯୁବକ ମାନେ ଦଳର ମାଇଲ ଖୁଣ୍ଟ । ଏଣୁ ଆଗାମୀ ନିର୍ବାଚନରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ମୁଖ୍ୟମନ୍ତ୍ରୀ ଜନକଲ୍ୟାଣ ଯୋଜନାକୁ ଅଧିକରୁ ଅଧିକ ଜନସାଧାରଙ୍କ ପାଖରେ ପହଞ୍ôଚବା ପାଇଁ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭୋଗରାଇ ବିଧାୟକ ଅନନ୍ତ ଦାସ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସୋର ବିଧାୟକ ପର୍ଶୁରାମ ଧଡ଼ା, ନୀଳଗିରି ନିର୍ବାଚନ ମଣ୍ଡଳୀ ନେତା ସନ୍ତୋଷ ଖଟୁଆ, ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା, ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଜିଲା ମହିଳା ସଭାପତି ବିନ୍ଦୁବାଳା ନନ୍ଦୀ, ସହ ପର୍ଯ୍ୟବେକ୍ଷକ ସାରଦା ଜେନା, ରଞ୍ଜିତ ମହାପାତ୍ର, ପ୍ରମୋଦ ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲା ସଭାପତି ତାପସ ପରିଡ଼ା, ବିଜେଡି ଜିଲା ସମ୍ପାଦକ ମନୋଜ ରାଉତ, ବାଲେଶ୍ୱର ନିର୍ବାଚନମଣ୍ଡଳୀ ଯୁବ ସଭାପତି ସେକ ଅନସର, ଜୋନାଲ ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ତଥା ମିଡ଼ିଆ ସଂଯୋଜକ ଧିରେନ ନାୟକ, ବାଲେଶ୍ୱର ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡ଼ି, ସଦର ଯୁବ ସଭାପତି ଦିଲ୍ଲୀପ ମହାନ୍ତିଙ୍କ ସମେତ ଯୁବ, ଛାତ୍ର ଓ ମହିଳା ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଯୋଗଦେଇ ଥିଲେ । ଶେଷରେ ବାଲେଶ୍ୱର ଟାଉନ ବିଜେଡି ସଭାପତି ସନତ ଦାସ ଧନ୍ୟବାଦ ଦେଇଥିଲେ ।
