ବାଲେଶ୍ୱର ବାର ଆସୋସିଏସନ : ସରିଲା ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା
ବାଲେଶ୍ୱର : ବାଲେଶ୍ୱର ଜିଲା ବାର୍ ଆସୋସିଏସନ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ସୋମବାର ଶେଷ ହୋଇଛି । ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ୩ ଦିନିଆ ନାମାଙ୍କନ ପ୍ରକ୍ରିୟାରେ ବିଭିନ୍ନ ପଦ ପାଇଁ ମୋଟ ୫୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସଭାପତି ପଦ ପାଇଁ ବରିଷ୍ଠ ଆଇନଜୀବୀ ରଘୁନାଥ ପ୍ରଧାନ, ମନୋଜ କୁମାର ନାୟକ ଓ ଲକ୍ଷ୍ମୀକାନ୍ତ ବେହେରା, ଉପ-ସଭାପତି ପାଇଁ ନୃସିଂହ ଚରଣ ନାୟକ ଓ ବସନ୍ତ ପ୍ରଧାନ, ସମ୍ପାଦକ ପଦ ପାଇଁ ସମ୍ବିତ କୁମାର ନନ୍ଦୀ, ଦୀପକ କୁମାର ଦାଶ, ଅମର ବଲ୍ଲଭ ନନ୍ଦ, ବିଜୟ ଚନ୍ଦ୍ର ଦାସମହାପାତ୍ର ଓ ବେଣୁଧର ରାଉଳ, ସହ-ସମ୍ପାଦକ ପଦ ପାଇଁ ଚନ୍ଦ୍ରକାନ୍ତ ବେହେରା, ସୂର୍ଯ୍ୟକାନ୍ତ କର, ବିଶ୍ୱରଞ୍ଜନ ନାୟକ, ନାରାୟଣ ଚନ୍ଦ୍ର ସାହୁ, ଅନ୍ନପୂର୍ଣ୍ଣା ରାଉତ ଓ ରଣଜିତ ପଣ୍ଡା, କୋଷାଧ୍ୟକ୍ଷ ପାଇଁ ପ୍ରଶାନ୍ତ ନାୟକ, ଶକ୍ତିଧର ସାନ୍ତରା, ଅନ୍ନପୂର୍ଣ୍ଣା ରାଉତ, ଜିତେନ୍ଦ୍ର କୁମାର ଉପାଧ୍ୟାୟ ଓ ରବୀନ୍ଦ୍ର ନାଥ ନାୟକ, ସହ-କୋଷାଧ୍ୟକ୍ଷ ପଦ ପାଇଁ ପିନାକୀ ଧୀର ଓ ଶିବଶଙ୍କର ପଣ୍ଡାଙ୍କ ସମେତ ୧୦ କାର୍ଯ୍ୟକାରୀ ସଦସ୍ୟ ପଦ ପାଇଁ ୨୮ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ଆଇନଜୀବୀ କାର୍ତ୍ତିକ ଚନ୍ଦ୍ର ସି ସୂଚନା ଦେଇଛନ୍ତି ।
ସୂଚନା ଯେ, ଆସନ୍ତା ୨୬ ତାରିଖର ବାଲେଶ୍ୱର ଆସୋସିଏସନ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଆସନ୍ତା ୯ ତାରିଖରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବାବେଳେ ୧୦ତାରିଖରେ ବୈଧ ପ୍ରାର୍ଥୀ ତାଲିକା, ୧୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୧୨ ତାରିଖରେ ପଦବୀ ଅନୁଯାୟୀ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୬ ତାରିଖ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ସହ ସେହିଦିନ ଅହରାହ୍ନ ୪ଟା ଠାରୁ ଭୋଟ୍ ଗଣତି କରାଯିବ । ଭୋଟ ଗଣତି ଶେଷ ହେବା କ୍ଷଣି ବିଭିନ୍ନ ପଦରେ ବିଜୟୀ ପ୍ରାର୍ଥୀମାନଙ୍କ ନାମ ପ୍ରକାଶ ପାଇବ ବୋଲି ଶ୍ରୀ ସି ପ୍ରକାଶ କରିଛନ୍ତି ।
