ବାଲେଶ୍ୱର : ଓଲଟିଲା ଚିଙ୍ଗୁଡ଼ି ବୋଝେଇ ଟ୍ରକ, ଡ୍ରାଇଭର ଓ ହେଲପର ଆହତ
ବାଲେଶ୍ୱର : ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ବସ୍ତା ଥାନା ଅମର୍ଦ୍ଦା ଫାଣ୍ଡି ଅନ୍ତର୍ଗତ ରାଜଘାଟ ନିକଟରେ ମଙ୍ଗଳବାର ଭାରସାମ୍ୟ ହରାଇ ଏକ ଚିଙ୍ଗୁଡ଼ି ବୋଝେଇ ଟ୍ରକ ଓଲଟି ପଡିଛି । ଫଳରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।
ସୂଚନା ମୁତାବକ ଚିଙ୍ଗୁଡ଼ି ବୋଝେଇ ଟ୍ରକ୍ଟି ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାଜଘାଟ ସୁବର୍ଣ୍ଣରେଖା ପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପୋଲିସ ପହଞ୍ôଚ ତଦନ୍ତ ଜାରି ରଖିଛି । ରାଜପଥ ଆମ୍ବୁଲାନ୍ସ ଯୋଗେ ଆହତ ଦ୍ୱୟଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
