ବାଲେଶ୍ୱର ୨୫ ଓ ୨୬ନଂ. ଜୋନରେ ବିଜେପିର ମାରାଥନ ପ୍ରଚାର
ପରିଖି ଏବଂ ଓଡଙ୍ଗୀ ପଞ୍ଚାୟତରେ ପରିବର୍ତ୍ତନ ସୁନିଶ୍ଚିତ : ମାନସ ଦତ୍ତ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକରେ ଆସନ୍ତା ୨୪ ତାରିଖ ଶେଷ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପାଇଁ ଗାଁ ଦାଣ୍ଡ ଚଳଚଞ୍ଚଳ । ପ୍ରଚାର ଜାରି ରଖିଛନ୍ତି ପ୍ରାର୍ଥୀ ତଥା ହେଭିୱେଟ୍ ନେତା । ବିଭିନ୍ନ ପ୍ରକାରର ଅଭିନବ ଉପାୟ ସହ ଲୋକଙ୍କ ନିକଟତର ହେଉଛନ୍ତି ନେତା ଓ କର୍ମୀ । ବିଶେଷ କରି ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପସଭାପତି ତଥା ଯୁବନେତା ମାନସ କୁମାର ଦତ୍ତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଓ ପ୍ରସାର କରୁଥିବା ବେଳେ ଜନସାଧାରଣଙ୍କୁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଜିତାଇବା ପାଇଁ ନିବେଦନ କରୁଛନ୍ତି ।
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସଦର ବ୍ଲକ ଅନ୍ତର୍ଗତ ୨୫ ଓ ୨୬ନଂ ଜୋନ୍ରେ ଶ୍ରୀ ଦତ୍ତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ପ୍ରଥମେ ଶ୍ରୀ ଦତ୍ତ ପରିଖିରେ ଡୋର ଟୁ ଡୋର କ୍ୟାମ୍ପନିଂ କରିବା ସହ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ଓ ପରେ ଓଡଙ୍ଗୀରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ ପାଇଁ ଅପିଲ କରିଥିଲେ । ଏହି ଅବସରରେ ଶ୍ରୀ ଦତ୍ତ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଶ୍ରୀ ଦତ୍ତ କହିଛନ୍ତି ଗତ ଉପ ନିର୍ବାଚନରେ ବିଜୁ ଜନତା ଦଳ ଯେଉଁ ସବୁ ପ୍ରତିଶୃତି ସାଧାରଣ ଜନତାକୁ ଦେଇଥିଲେ, ତାହା ଆଜି ପାଣିର ଗାର ସଦୃଶ ପ୍ରମାଣିତ ହୋଇସାରିଛି ଓ ଏହାର ଜବାବ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲୋକେ ବାଲାଟ ବୋକ୍ସରେ ଦେବେ ।


ସେ କହିଛନ୍ତି ରାଜ୍ୟ ସରକାର ବିଭିନ୍ନ ଯୋଜନା ନାମରେ ଲୋକଙ୍କୁ ଭୁଆଁ ବୁଲାଉଥିବା ବେଳେ ପ୍ରକୃତ ହିତାଧିକାରୀ ଏଥିରେ ଉପକୃତ ହୋଇପାରୁନାହାନ୍ତି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଦେଉଥିବା ବେଳେ ଏଠି ରାଜ୍ୟ ସରକାର ସେଥିରେ ନିଜ ନାମର ପୋଷ୍ଟର ମାରି ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସଦର ନେତା ଶ୍ରୀ ଦତ୍ତ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୨୫ନଂ ଜିଲ୍ଲାପରିଷଦ ପ୍ରାର୍ଥୀ ଗୟାଧର ବେହେରା, ୨୬ନଂ ଜିଲ୍ଲାପରିଷଦ ପ୍ରାର୍ଥିନୀ ଝୁନୁଲତା ସ୍ୱାଇଁ, ପରିଖି ସରପଞ୍ଚ ପ୍ରାର୍ଥୀ ବ୍ରଜଗୋପାଲ ପରିଡା ଓ ସମିତିସଭ୍ୟ ପ୍ରାର୍ଥୀ ବାବୁଲାଲ ସିଂ, ଓଡଙ୍ଗୀ ସରପଞ୍ଚ ପ୍ରାର୍ଥିନୀ ରଶ୍ମିତା ତପସ୍ୱୀ ଓ ସମିତିସଭ୍ୟା ପ୍ରାର୍ôଥନୀ କୁନିମଣି ବୈଠା, ମଣ୍ଡଳ ସଭାପତି ଅନିଲ ପାତ୍ର, ବରିଷ୍ଠ ନେତା ଗୌରାଙ୍ଗ ଦାସ, ମଣ୍ଡଳ ସାଧାରଣ ସମ୍ପାଦକ ଅନନ୍ତ ନାୟକ, ଅମଲ ପ୍ରଧାନ, ଦୀପକ ଆଚାର୍ଯ୍ୟ, ମାମୁନି ହାତୀ, ସେଖ ଏତାବୁଲ, ରାଜୀବଲୋଚନ କର, ଜୀବନ ମଣ୍ଡଳ, ମିଠୁ ବାରିକ, ଦିଲ୍ଲୀପ ସେନାପତି, ସରୋଜ ପରିଡା, ରବିନ୍ଦ୍ର ଜେନା, ବିଶ୍ୱନାଥ ନାୟକ, ମାନସ ନାୟକ, ଜୀବନ ସାମଲ, ସୁବାସ ଦାସ, ଅବଳାକାନ୍ତ ପ୍ରଧାନ, ଅରୁପ ଚାନ୍ଦ ସହ ବହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
