ଅବ୍ୟବସ୍ଥାରେ ବଳଙ୍ଗା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ! ନାହାନ୍ତି ଡାକ୍ତର, ଲୋକଙ୍କ ପାଇଁ ଫର୍ମାଶିଷ୍ଟ ଭଗବାନ
ବଳଙ୍ଗା : ସ୍ବାସ୍ଥ୍ୟସେବାକୁ ସାବଲମ୍ବି କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପ୍ରତ୍ୟେକ ଲୋକଙ୍କୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦ୍ବାରା କରିବା ସହ ରୋଗୀ ସେବାକୁ ଲୋକଙ୍କ ନିକଟତର କରିବାକୁ ପ୍ରୟାସ କରାଯାଉଛି । ହେଲେ ତାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ପୁରୀ ଜିଲା ନିମାପଡ଼ା ବ୍ଲକ ବଳଙ୍ଗାରେ ଥିବା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ।
କେନ୍ଦ୍ର ଅଧିନରେ ନିମାପଡ଼ା, ସତ୍ୟବାଦୀ, ଗୋପ, ପିପିଲି ବ୍ଲକର ବଳଙ୍ଗା, ଉଚ୍ଛୁପୁର, ଦନ୍ଦିପୁର, କାଶିଆ, ରଥପୁରସ୍ତମପୁର, ରୂପଦେଇପୁର, ଚନ୍ଦ୍ରାଦେଇପୁର,ସାହାଡାପଡା, କୋଟକୁସାଙ୍ଗ, ଗୋପିନାଥପୁର, କାଳିଆପଦା, ବ୍ରହ୍ମପିଡି, ପାରେକେଣା, ବିଧାରପୁର, ନୂଆସାହି, ସାଇଁଶ, ହରିପୁର ସାରଙ୍ଗଯୋଡି, କଅଁଳପଡା, କଳାପାହଡ, ସନ୍ଥ ଆଦି ପଞ୍ଚାୟତର ପ୍ରାୟ ୫୦ହଜାରରୁ ଉର୍ଦ୍ଧ ଜନସାଧାରଣ ନିର୍ଭର କରୁଛନ୍ତି । ପ୍ରତ୍ୟେକ ଦିନ ଏହି ସ୍ଵାସ୍ଥ୍ୟ କେନ୍ଦ୍ରକୁ ୧୫୦ରୁ୨୦୦ରୋଗୀ ଚିକିତ୍ସିତ ହେବାକୁ ଆସୁଛନ୍ତି। ଏଠି ରୋଗୀସେବା କେବଳ ଧର୍ମକୁ ଆଖିର ମାରି ଚାଲିଛି । ଏହି ମେଡିକାଲରେ ଜଣେ ଡାକ୍ତର ଅଶୋକ କୁମାର ମିଶ୍ର ନିଯୁକ୍ତ ହୋଇଥିଲେ। ଏବେ ସେ ପ୍ରମୋସନରେ ଯାଇଛନ୍ତି। ତେଣୁ ବଳଙ୍ଗା ମେଡିକାଲରେ ରୋଗୀ ସେବାରେ ବ୍ୟାଘାତ ଘଟୁଛି । ନିୟମିତ ରୋଗୀ ଚିକିତ୍ସକ କହିଲେ ଫର୍ମାଶିଷ୍ଟିଙ୍କୁ ବୁଝାଉଛି । ରାତିରେ କୈ।ଣସି ଜରୁରୀକାଳୀନ ସେବା ପାଇଁ ଡାକ୍ତରଖାନାରେ କେହି ଉପସ୍ଥିତ ରହୁନାହାନ୍ତି । ମୋଟାମୋଟି କହିବାକୁ ଗଲେ ଡାକ୍ତରଖାନା ଦିନରେ ଖୋଲା ରାତିରେ ବନ୍ଦ । ରାତିରେ ଡାକ୍ତରଖାନାରେ ତାଲା ଝୁଲୁଛି ବୋଲି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଅଭିଯୋଗ କରୁଛନ୍ତି। ସରକାରୀ ଡାକ୍ତରଖାନାରେ ମାଗଣାରେ ମଳ,ମୂତ୍ର,କଫ,ରକ୍ତ ଆଦି ପରିକ୍ଷା କରାଯାଇ ପାରୁନାହିଁ । ଏହିଭଳି ନାନା ଅବ୍ୟବସ୍ଥା ମଧ୍ୟରେ ଡାକ୍ତରଖାନା ପରିଚାଳିତ ହେଉଛି ।ଲୋକେ ଡାକ୍ତରଖାନା ସମସ୍ୟାକୁ ନେଇ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି।
ଏହା ସତ୍ବେ ବି ରୋଗୀସେବାରେ କୌଣସି ପରିବର୍ତ୍ତନ ଘଟୁନାହିଁ ।ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ତ୍ରୀବ୍ରତର ହେବାରେ ଲାଗିଛି।ଏ ଦିଗରେ ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଫୋନ ଲାଗିନଥିଲା। ଫଳରେ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଏତଦବ୍ୟତୀତ ଡାକ୍ତରଖାନାକୁ ନେଇ ବିଭିନ୍ନ ମହଲରେ ପ୍ରକାଶ ପାଉଥିବାରୁ ପ୍ରତିକ୍ରିୟାରୁ ଜଣାପଡିଛି । ଏଠାରେ ଗ୍ରାମାଞ୍ଚଳରେ ରୋଗୀସେବା ପାଇଁ ଜଣେ ଅଭିଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦାବି କରିବା ସହିତ ଏଠାରେ ରାତ୍ରୀକାଳୀନ ଜରୁରୀ ସେବା ମିଳୁନାହିଁ ।ସାପ କାମୁଡା,ବିଷଖିଆ, କୁକୁର କାମୁଡ଼ା ରୋଗୀଙ୍କ ପାଇଁ କୈ।ଣସି ସୁବିଧା ନାହିଁ । ଡାକ୍ତର ଅଭାବ ଯୋଗୁଁ ରୋଗୀମାନଙ୍କର ଡାକ୍ତରଖାନା ଉପରେ ଭରଷା ତୁଟି ଗଲାଣି । ଉନ୍ନତ ସେବାପାଇଁ ପୁରୀ, କଟକ, ଭୂବନେଶ୍ବର ମେଡ଼ିକାଲକୁ ଯାଉଛନ୍ତି । ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
