ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ
କୋରାପୁଟ : କୋରାପୁଟ ବନ ବିଭାଗ ଓ ଏସଟିଏଫ ପକ୍ଷରୁ ମିଳିତ ଚଢାଉ କରି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଏ ନେଇ ଡିଏଫଓ ଅମିତାରାଣୀ ରାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ବିଶେଷ ସୂତ୍ରରୁ ଖବର ପାଇ ମାଙ୍ଗରା ଗ୍ରାମରୁ କୋରାପୁଟ ସହରକୁ ଚୋରା ଚାଲାଣ କରି ଆଣୁଥିବା ବେଳେ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ଜଣ ଚୋରା ଚାଲାଣକାରୀ କାଟ୍ରାଗୁଡା ଗ୍ରାମର ମାଧବ ପରଜା, ଜଗବନ୍ଧୁ ପରଜା ବୋଲିସୂ ଦେଇଛନ୍ତି । ୧୩୦ ସେଂଟିମିଟର ଲମ୍ବା, ୮ କେଜି ୮୬୦ ଗ୍ରାମ ଓଜନ ବିଶିଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ବନ ଅଧିକାରୀ । ୨ ଚାଲାଣକାରୀଙ୍କୁ ଅଟକ ରଖି କେଉଁଠାରୁ କେଉଁ ଅଂଚଳକୁ ଚାଲାଣ କରାଯାଉଥିଲା ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।
