ବେଲି ଗୋଷ୍ଠୀ ଉପ-ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍ଘାଟିତ
ବସ୍ତା : ସିଂଲା ଥାନା ରଘୁନାଥପୁର ଗ୍ରାମପଞ୍ଚାୟତର ମଧୁପୁରା ଠାରେ ମଧୁସୂଦନ ସାଂସ୍କୃତିକ ପରିଷଦ ପରିସରରେ ନେତାଜୀ ଜୟନ୍ତୀ ଅବସରରେ ସୋମବାର ବେଲି ଗୋଷ୍ଠୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍ଘାଟିତ ହୋଇଛି । ସରପଞ୍ଚ ଅନନ୍ତ କୁମାର ବାରିକ ଓ ପ୍ରାକ୍ତନ ବସ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ ଘୋଷ ମିଳିତ ଭାବେ ଉଦ୍ଘାଟନ କରିଥିଲେ ।
ରମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆବାହକ ବିଶ୍ୱଜିତ ଦାସ କେନ୍ଦ୍ରର ଅନୁମୋଦନ ଠାରୁ ଏ ପର୍ଯ୍ୟନ୍ତ ଅଗ୍ରଗତି ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ଗୋଷ୍ଠୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ସସ୍ମିତା ଜେନା କେନ୍ଦ୍ରର ଆଭିମୁଖ୍ୟ ଏବଂ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଲକ୍ଷ୍ମୀଧର ଜେନା ସମସ୍ତଙ୍କର ସହଯୋଗ କାମନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିପିନ ବିହାରୀ ବିଶ୍ୱାଳ, ସୁଭାଷ ଚନ୍ଦ୍ର ଘୋଷ, ଶ୍ୟାମସୁନ୍ଦର ଜେନା, ହରେନ୍ଦ୍ର ଦାସ, ସୁବ୍ରତ କୁମାର ଘୋଷ, ବଳରାମ କାମିଳା, କାର୍ତ୍ତିକ ଦାସ, ମହେଶ୍ୱର ଦାସ, ହେମନ୍ତ ଘୋଷ ପ୍ରଭୃତି ଉପସ୍ଥିତ ଥିଲେ । ଇତ୍ୟବସରରେ ଜମି ଦାନ କରିଥିବା ଦିବଙ୍ଗତ ସୂର୍ଯ୍ୟ କୁମାର ଘୋଷଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।
