ବାଘାଯତିନ ସ୍ମୃତି ପରିଷଦ ପକ୍ଷରୁ ପ୍ରଦୂଷଣ ମୁକ୍ତ ଓ ଜନସଂଖ୍ୟା ନିୟନ୍ତ୍ରଣ ବାର୍ତ୍ତା ନେଇ”ବାଲିଆପାଳରୁ ନୂଆଦିଲ୍ଲୀ” ସାଇକେଲ ଯାତ୍ରା ଶୁଭାରମ୍ଭ
ବାଲିଆପାଳ : ବାଘାଯତିନ ସ୍ମୃତି ପରିଷଦ ପକ୍ଷରୁ ସବୁବର୍ଷ ପରି ଚଳିତବର୍ଷ ବାଘାଯତୀନଙ୍କ ବଳିଦାନ ଦିବସରୁ ସ୍ୱାଧୀନତାର ୭୫ବର୍ଷ ଅମୃତ ମହୋତ୍ସବ ଉପଲକ୍ଷେ ପ୍ରଦୂଷଣ ମୁକ୍ତ ଓ ଜନସଂଖ୍ୟା ନିୟନ୍ତ୍ରଣ ବାର୍ତ୍ତା ନେଇ ୭୫ଜଣ ସାଇକେଲ ଆରୋହୀଙ୍କ ଶନିବାର ପୂର୍ବାହ୍ନରେ “ବାଲିଆପାଳରୁ ନୂଆଦିଲ୍ଲୀ” ସାଇକେଲ ଯାତ୍ରାରେ ବାହାରିଛନ୍ତି।ବାଲିଆପାଳ ବାଘାଯତିନ ସ୍ମୃତି ପରିଷଦର ସଭାପତି ଅରବିନ୍ଦ ବେହେରାଙ୍କ ନେତୃତ୍ୱରେ ବାହାରି ଥିବା ଏହି ସାଇକେଲ ଅଭିଯାତ୍ରୀ ଦଳକୁ ବାଲିଆପାଳ ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଶୁଭେଛା ଜଣାଇ ସାଇକେଲ ଯାତ୍ରାର ସଫଳତା କାମନା କରିଥିଲେ।ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଓଡ଼ିଶାର ବିଶିଷ୍ଟ କୃଷିବୈଜ୍ଞାନୀକ ତଥା ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଡକ୍ଟର ଅଦୈତ୍ୟ ପାତ୍ର, ସମାଜସେବୀ ତଥା ବିଜୁ ମହିଳା ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା, ବିଜେପି ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ରାଜ୍ୟ ସହ ସଂଯୋଜକ ଅଜୟ କୁମାର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠି,ବେଣୁଧର ଜେନା,ବିଜେଡି ନେତା ବଳରାମ ସାହୁ, ବିଜେପି ନେତା ବିକାଶ ଚନ୍ଦ୍ର ଗିରି,ସରପଞ୍ଚ ସରୋଜ ପିଳା,ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରାସାଦ ଦାସ,ସମାଜସେବୀ ସୌମ୍ୟଦୀପ ଚକ୍ରବର୍ତ୍ତୀ,ବରିଷ୍ଠ ନାଗରିକ ପରିଷଦ ସଭାପତି ନାରାୟଣ ପ୍ରସାଦ ସାହୁ,ମନୋଜ ସି,ପଞ୍ଚାନନ ପଣ୍ଡା,ଭାସ୍କର ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରି ଏହି ଅଭିଯାନକୁ ସମର୍ଥନ ଜଣାଇବା ସହିତ ଏହା ଏକ ଅଭିନବ କାର୍ଯ୍ୟକ୍ରମ ବୋଲି କହିଥିଲେ।ଯେପରି ଦିନକୁ ଦିନ ପରିବେଶ ଦୂଷିତ ହେଉଛି ଏବଂ ଜନସଂଖ୍ୟା ହୋ ହୋ ହୋଇ ବଢୁଛି ଏ ବିଷୟରେ ବ୍ୟାପକ ଜନ ଆନ୍ଦୋଳନ ଆବଶ୍ୟକ ରହିଛି।ବାଘାଯତିନ ସ୍ମୃତି କମିଟିର ଏପରି ସାଧୁ ଉଦ୍ୟମକୁ ସମସ୍ତେ ତାରିଫ କରି ଏହି କାର୍ଯ୍ୟକ୍ରମକୁ ସମସ୍ତେ ସହଯୋଗର ହାତ ବଢ଼ାଇବା ଦରକାର ବୋଲି କହିଥିଲେ।ବାଲିଆପାଳରୁ ଦିଲ୍ଲୀ ସାଇକେଲ ଯାତ୍ରା ଏହା ସାଧାରଣ କଥା ନୁହେଁ ବୋଲି ଅତିଥି ମାନେ ଦୃଢୋକ୍ତି ପ୍ରକାଶ କରିଥିଲେ।ବାଘାଯତିନ ସ୍ମୃତି କମିଟିର ସଭାପତି ଅରବିନ୍ଦ ବେହେରା ଏହି ଯାତ୍ରା ଦୀର୍ଘ ୨୨ ରୁ ୨୫ ଦିନ ଲାଗିବ।ବାଟରେ ବିଭିନ୍ନ ରାଜ୍ୟଦେଇ ଦିଲ୍ଲୀ ରେ ପହଞ୍ଚି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ବାର୍ତ୍ତା ଦେବାର ଅବକାଶ ରହିଥିବା କଥା ପ୍ରକାଶ କରିଥିଲେ।ଏହି ସାଇକେଲ ଯାତ୍ରାରେ କ୍ଷୀତିଶ କୁମାର ଜେନା,ମନ୍ମଥ ପାତ୍ର,ସଞ୍ଜୟ ପରିଡା,ନାରାୟଣ ପଣ୍ଡା,ଗଙ୍ଗାଧର ମହାନ୍ତି,ଜୟନ୍ତ ଜେନା,କୁମୁଦ ରଞ୍ଜନ ଜେନା,ସଞ୍ଜୟ ସେନାପତି ପ୍ରମୁଖ ସାମିଲ ହୋଇଛନ୍ତି।
