ଏକଲବ୍ୟ ପୁରସ୍କାର ପାଇଲେ ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା
ଭୁବେନଶ୍ବର : ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇଛନ୍ତି ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡା। ପୁରସ୍କାର ବାବଦକୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପାଇଛନ୍ତି ଋତପର୍ଣ୍ଣା। ସାଇକେଲ ଚାଳିକା ସ୍ୱସ୍ତି ସିଂ, ଫୁଟବଲ ଖେଳାଳି ପ୍ୟାରୀ ଖାଖାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧନା ସହିତ ଉଭୟଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କୃତ କରିଥିଲେ ରାଜ୍ୟପାଳ ଗଣେଶୀ ଲାଲ। ଏଥିସହିତ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହିଥିଲେ। ଇମ୍ଫା ଗ୍ରୁପର ଇମ୍ପାକ୍ତ ପକ୍ଷରୁ ପ୍ରଦାନ କରାଯାଇଛି ଏକଲବ୍ୟ ପୁରସ୍କାର।

ସେହିପରି ସାଇକେଲ ଚାଳିକା ସ୍ୱସ୍ତି ସିଂ ଓ ଫୁଟବଲ ଖେଳାଳି ପ୍ୟାରୀ ଖାଖାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ଉଭୟ କ୍ରୀଡ଼ାବିତଙ୍କୁ ୫୦ ହଜାର ଲେଖାଏ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି। ଏହି ପୁରସ୍କାର ସମାରୋହରେ ପଦ୍ମଶ୍ରୀ ଦିଲୀପ ତିର୍କୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ। ଆନ୍ତର୍ଜାତୀକ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତରୁ ଋତପର୍ଣ୍ଣା ପଣ୍ଡା ପ୍ରତନିଧ୍ୱତ୍ୱ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଓ ସମ୍ମାନ ଆଣିଛନ୍ତି। ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମହିଳା ବ୍ୟାଡମିଣ୍ଟନ୍ ତାରକା ଋତପର୍ଣ୍ଣା ୨୦୨୦ ଓ ୨୦୨୧ ମସିହାରେ ଅନେକ ଭଲ ପ୍ରଦର୍ଶନ କରିଛନ୍ତି। ୨୨ ବର୍ଷୀୟା ଋତପର୍ଣ୍ଣା ତିନୋଟି ବିଏଫଡବ୍ଲ୍ୟୁ ଅନ୍ତର୍ଜାତୀୟ ଓ ସିରିଜ୍ ଟାଇଟଲ୍ ଜିତିଥିବା ବେଳେ ୪ଥର ରନର୍ସଅପ୍ ହୋଇଛନ୍ତି। ପୁରସ୍କାର ପାଇବା ଋତପର୍ଣ୍ଣା ପଣ୍ଡା କହିଛନ୍ତି ଯେ ଏକଲବ୍ୟ ପୁରସ୍କାର ପାଇ ମୁଁ ନିଜକୁ ଗୌରବ ମନେ କରୁଛି। ଏହି ପୁରସ୍କାର ଜିତିବା ଓଡ଼ିଶାର ସବୁ ଯୁବ କ୍ରୀଡ଼ାବିତଙ୍କର ଗୋଟିଏ ସ୍ୱପ୍ନ। ଏହି ପୁରସ୍କାର ଜିତିବା ମୋତେ ଆଗକୁ ବହୁତ ପ୍ରେରଣା ଯୋଗାଇବ। ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଗ୍ରୁପ୍ ଦ୍ବାରା ପରିଚାଳିତ ଇଣ୍ଡିଆନ ପବ୍ଲିକ ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ଦ୍ବାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡ଼ାବିତ୍ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୟମାନ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ମୂଳ ଲକ୍ଷ୍ୟ । ଯାହା ଫଳରେ ଅଧିକରୁ ଅଧିକ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିପାରିବେ।
