ବଡଚଣା ବିଧାୟକଙ୍କ ଗାଡି ଦୁର୍ଘଟଣା ,ବାଇକ ଚାଳକ ଗୁରୁତର
ଧର୍ମଶାଳା : ବଡଚଣା ବିଧାୟକଙ୍କ ଗାଡି ପଛ ପଟୁକୁ ଧକ୍କା ଦେଲା ବାଇକ । ଏହି ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଶନିବାର ବିଳମ୍ବିତ ରାତିରେ । ସୂଚନାମୁତାବକ,ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ଦାଳ ଛକ ନିକଟରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ନିଜ ନିର୍ବାଚନ ମଣ୍ଡଳୀକୁ ଶନିବାର ରାତିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱରରୁ ଆସୁଥିଲେ । ତେବେ ବନ୍ଦାଳ ଛକ ନିକଟରେ ଏକ ଦୃତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କ କାର ପଛ ପଟକୁ ଧକ୍କା ଦେଇଥିଲା । ଫଳରେ କାରର ପଛ ପଟ କାଚ ଓ ବମ୍ପର ଭାଙ୍ଗି ରୁଜି ଯାଇଥିବା ଜଣାପଡିଛି । କାଚ ଭାଙ୍ଗି ଯିବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଜଣକ ହେଲେ ଚଣ୍ଡିଖୋଲ ସୁଭଦ୍ରାପୁର ଅଂଚଳର ସୌମ୍ୟ ରଂଜନ ସାମଲ ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି । ଏଭଳି ଦୁର୍ଘଟଣାକୁ ନେଇ ବିଧାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ସୌମ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
