ଅଳିଆ ଗଦାରୁ ଶିଶୁ କନ୍ୟା ଉଦ୍ଧାର
ଅନୁଗୋଳ : ପୁଣି ଅଲୋଡା ହେଲା ଶିଶୁ କନ୍ୟା। ରାଜ୍ୟରେ ଦୈନିକ ଭାବେ କେଉଁଠି ନ କେଉଁଠି ଏମିତି ଏକ ଘଟଣା ଦେଖିବାକୁ ମିଳୁଛି ।ଏହି ପରିପ୍ରେକ୍ଷୀରେ ଆଜି ଅନୁଗୋଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ରଗୁଡିଆପଡା ଗାଁରେ ମଧ୍ୟ ଦେଖିବାକୁ ମିଳିଛି ।
ସୂଚନା ଯେ, ଗୁରୁବାର ସକାଳ ସମୟରେ ରଗୁଡ଼ିଆ ଗାଁର ଶାନ୍ତି ନାଏକ ଅଳିଆ ପକାଇବାକୁ ନାଳ ନିକଟକୁ ଯାଇଥିଲେ । ଏହି ସମୟରେ ଗୋଟିଏ ଶିଶୁ କାନ୍ଦୁଥିବାର ଶୁଣିବାକୁ ପାଇଥିଲେ । ସେ କ୍ରନ୍ଦନର ସ୍ୱର ଶୁଣି ନିକଟକୁ ଯାଇ ଦେଖିବା ବେଳକୁ ଏକ ଶିଶୁ କନ୍ୟା ନାଳ ନିକଟରେ ପଡିଥିଲା । ଶାନ୍ତି ଉକ୍ତ ସ୍ଥାନରୁ ଶିଶୁ କନ୍ୟାକୁ ଉଦ୍ଧାର କରି ଆଣି ନିଜ ଘରେ ରଖିଥିବା ଜଣାପଡ଼ିଛି । ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ କି ପ୍ରଶାସନ ପହଞ୍ଚି ନଥିବା ଜଣାପଡିଛି ।
