ଲୋକସଭାର ସଦସ୍ୟତାରୁ ଇସ୍ତଫା ଦେଲେ ବାବୁଲ ସୁପ୍ରିଓ
ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିୟ ମଙ୍ଗଳବାର ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ଲୋକସଭାର ବାଚସ୍ପତିଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ । ସୁପ୍ରିୟ ଆଜି ତାଙ୍କ ବାସଭବନରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ବିଜେପି ସାଂସଦ ଭାବରେ ଗୃହର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସୁପ୍ରିୟ ପଶ୍ଚିମବଙ୍ଗରୁ ବିଜେପି ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ନିକଟରେସେ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ।
ବିଜେପି ଛାଡ଼ିବା ପରେ ସେ ଲୋକସଭା ସଦସ୍ୟତାରୁ ଇସ୍ତଫା ଦେବା ପାଇଁ ବାଚସ୍ପତିଙ୍କ ସହ ଏକ ସାକ୍ଷାତ ସମୟ ମାଗିଥିଲେ । ବିର୍ଲାଙ୍କୁ ଇସ୍ତଫା ଦେବା ପରେ ସୁପ୍ରିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ଼ା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
