ବାବା ବଳିଆଙ୍କ ତ୍ରିବିସୀୟ ପ୍ରବଚନ କାର୍ଯ୍ୟକ୍ରମ ଶୁଭାରମ୍ଭ
ଯାଜପୁର : ବାବା ବଳିଆଙ୍କ ତିନିଦିନିଆ ପ୍ରବଚନ କାର୍ଯ୍ୟକ୍ରମ ସ୍ଥାନୀୟ ଗୈାତ୍ତମ ବୁଦ୍ଧ ସଂସ୍କୃତି ଭବନ କରିସରରେ ଆରମ୍ଭ ହୋଇଛି । ଏହି ପ୍ରବଚନରେ ବାବା ବଳିଆ ଭଗବତ ତତ୍ତ୍ୱକୁ ଆଲୋଚନା କରିବା ସହିତ ଦୁର୍ନୀତି ମୂକ୍ତ ଗଣତନ୍ତ୍ରପ୍ରତିଷ୍ଠା, ନିଶା ନିବାରଣ ଓ ଦେଶପ୍ରତି ଭାବନାରେ ଜାଗ୍ରତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଆମ ଗଣତନ୍ତ୍ର ହେଉଛି ପୃଥିବୀର ସବୁଠାରୁ ଶ୍ରେଷ୍ଠ । ଏହି ଗଣତନ୍ତ୍ର ସମ୍ପ୍ରତି ବିପଦଗାମୀ ହେବାକୁ ଯାଉଥିବା ସୂଚନା ଦେଇଥିଲେ । ସମାଜରେ ଏପରି ଅବସ୍ତା ମଦ, ମାଂସ, ହତ୍ୟା, ଆତ୍ମହତ୍ୟା ବହୁ ପରିମାଣରେ ବୃଦ୍ଧି ପାଉଥିବା ଦର୍ଶାଇଥିଲେ । ଭଗବତ ଚିନ୍ତା ହିଁ ସଦ୍ବୁଦ୍ଧିର ଏକମାତ୍ର ମାର୍ଗ ବୋଲି ପ୍ରବଚନରେ ସୂଚନା ଦେଇ ସମସ୍ତେ ଅଜ୍ଞାନୀ ନହୋଇ ଜ୍ଞାନୀ ହେବା ପାଇଁ ପରାମର୍ଶ ଦେଇଥିଲେ । କୃଷ୍ଣଙ୍କ ତତ୍ତ୍ୱ ଉପରେ ତାତ୍ତ୍ୱିକ ଆଲୋଚନା କରିଥିଲେ ।
