ମିଶନ ଶକ୍ତି ବିଭାଗ ପକ୍ଷରୁ ସଚେତନତା ରାଲି
ବଲାଙ୍ଗିର : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ଅକ୍ଟୋବର ୩୧ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ସପ୍ତାହ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ମିଶନ ଶକ୍ତି ବିଭାଗ ପକ୍ଷରୁ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ରାଲିକୁ ଡ଼ିଏସ୍ପି ଭିଜିଲାନ୍ସ, ବଲାଙ୍ଗିର ପୁଲସ୍ତି ଛତ୍ରିଆ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାଲି ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା।
ଏହି ସଚେତନତା ରାଲିରେ ଜିଲା ସମାଜ ମଙ୍ଗଳ ଅଧିକାରୀ ସନ୍ଥଲାଳ ଦୀପ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ଓରମାସର ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ କମଳେନ୍ଦୁ ପଲ, ମିଶନ ଶକ୍ତୀ ଡିପିସି ସୁମନ ଦ୍ଵିବେଦୀ, ଜିଲା ଏବଂ ବ୍ଲକ୍ ମିଶନ ଶକ୍ତି ଟିମ୍, ବଲାଙ୍ଗିର ଜିଲାର ଜିଲା ସ୍ତରୀୟ ମହାସଂଘ, ବ୍ଲକ ସ୍ତରୀୟ ମହାସଂଘ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସମେତ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖାର କର୍ମଚାରୀ ମାନେ ଯୋଗଦେଇଥିଲେ।
