ଉତ୍ତମ ସ୍ୱାସ୍ଥ୍ୟ ଓ ପରିମଳ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଦେଉଳା ଗ୍ରାମ ପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଶନିବାର ଆର୍ମ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଉତ୍ତମ ପରିମଳ ଓ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ରାଧାକୃଷ୍ଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଦେଉଳା ପଞ୍ଚାୟତର ସରପଞ୍ଚ ସରୋଜ କୁମାର ପିଳା ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଖବରଦାତା ଅଜୟ କୁମାର ସାହୁ, ଦେଉଳା ପଞ୍ଚାୟତ ସଦସ୍ୟା ଦୀପ୍ତିଲୀ ଦାସ, ଖବରଦାତା ଦିଲ୍ଲୀପ କୁମାର ଦାସ, ଆର୍ମର ସଙ୍ଗଠନର ସଭାପତି ସୁମତି ରାଜ, ପ୍ରକଳ୍ପ ସଂଯୋଜିକା ସାବିତ୍ରୀ ଜେନା ସମାଜିକ କର୍ମୀ ପ୍ରମୋଦ ଭୂୟାଁ, ଶିକ୍ଷକ ଜଗନ୍ନାଥ ଦାସ, ରାଜନାରାୟଣ ନାୟକ, ଡମ୍ବରୁଧର ବାରିକ, ଖବରଦାତା ଲକ୍ଷ୍ମୀଧର ପ୍ରଧାନ, ଆଶିଷ କୁମାର ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଆର୍ମର ମୁଖ୍ୟ ତଥା ସମାଜିକ କର୍ମୀ ରାଜେନ୍ଦ୍ର ରଣା କାର୍ଯ୍ୟକ୍ରମ ବିଷୟରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ଦେଉଳା ପଞ୍ଚାୟତର ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଯୋଗଦେବା ସହତ ଜଳପରିମଳ ସଚେତନତା ସମ୍ପର୍କିତ ଅଭିନୟ କରିଥିଲେ । ଶୁଭଲକ୍ଷ୍ମୀ ଜେନା, ଅର୍ଜୁନ କର, ଦେବଜ୍ୟୋତି ପଣ୍ଡା, ପ୍ଲାବନିକା ମିଶ୍ର, ଗୋପାଳକୃଷ୍ଣ ମହାପାତ୍ରଙ୍କ ସହିତ ମମତା ସେଠି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
