ଶିଶୁ ସୁରକ୍ଷା ଓ ଯୌନ ଶୋଷଣ ସମାପ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଆପାଳ : ଏନଏସିଜି,ଇଭାକ, ପିକକ, ୱାର୍ଲଡ ଭିଜନ ତରଫରୁ ଶିଶୁ ସୁରକ୍ଷା ଓ ଯୌନ ଶୋଷଣ ସମାପ୍ତ କରିବା ପାଇଁ ବାଲିଆପାଳରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବାଲିଆପାଳ ବ୍ଲକ ସିମୁଳିଆ ୟୁଜିଏମଇ ସ୍କୁଲ ଓ ସିମୁଳିଆ ଅଙ୍ଗନ ୱାଡି କେନ୍ଦ୍ର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ଓ ଯୌନ ଶୋଷଣ ମୁକ୍ତ ସମାଜ ହେବାକୁ ନେଇ ନାଟକ ଓ ଭିଡିଓ ବାର୍ତ୍ତା ମାଧ୍ୟମରେ ସ୍କୁଲ ପିଲା, କିଶୋରୀ ବାଳିକା,ଶିକ୍ଷକ, ଶିକ୍ଷୟିତ୍ରୀ,ଅଙ୍ଗନୱାଡି କର୍ମୀ, ଆଶା,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଓ ଅଭିଭାବକଙ୍କୁ ସୁରକ୍ଷିତ ସ୍ପର୍ଶ ଅସୁରକ୍ଷିତ ସ୍ପର୍ଶ, ଚାଇଲଡ ଲାଇନ ସେବା ସମ୍ପର୍କରେ ସଚେତନ କରାଯାଇଥିଲେ।ଏହି ଅବସରରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକକୁ ଯାଇ ସଚେତନ କରିବା ପାଇଁ ଗତକାଲି ଠାରୁ ବାହାରି ଥିବା ସଚେତନତା ରଥକୁ ସ୍ୱାଗତ କରାଯାଇଥିଲା।ବାଳିଆପାଳ ଗୋଷ୍ଠୀ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଚେତନତା ରଥକୁ ସବୁଜ ପତାକା ଦେଖାଇ ସ୍ୱାଗତ କରିବା ସହିତ ନିଜର ମତବ୍ୟକ୍ତ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଏବିଇଓ ନମିତା ସାମଲ,ମେ ଆଇ ହେଲ୍ପ ୟୁର ସମ୍ପାଦକ ତଥା ସମାଜସେବୀ ଉବାଚକ ମହାନ୍ତି, ବିଶ୍ୱାସର ସମ୍ପାଦକ ସମାଜସେବୀ ଅଜୟ କୁମାର ସାହୁ, ସିମୁଳିଆ ୟୁଜିଏମଇ ସ୍କୁଲର ପ୍ରଧାନ ଶିକ୍ଷକ ରଶ୍ମି ବାଡ଼ି,ଶିକ୍ଷକ ନିତାଇ ଚରଣ ରାଉଳ,ସୁଶାନ୍ତ କୁମାର କର,ଭରତ ଚନ୍ଦ୍ର ଜେନା,ଦିଲିପ କୁମାର ସାହୁ,ୟଶୁବନ୍ତ ଜେନା,ମଞ୍ଜୁବାଳା ମହାନ୍ତି,ଆଇସିଡିଏସ ସୁପରଭାଇଜର ଅରଶ୍ମିତା ଜେନା,ଅଙ୍ଗନୱାଡି କର୍ମୀ କଳ୍ପନା ଦାସ,ମିନତୀ ସିଂ, ଝିଲ୍ଲୀ ରାଣୀ ପାତ୍ର,ପୁଷ୍ପରାଣୀ ମିଶ୍ର,ଆଶା କର୍ମୀ ସ୍ନେହଲତା ସାହୁ,ରାତନେଶ୍ୱରୀ ସାହୁ ଓ ଜ୍ୟୋତିପ୍ରକାଶ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
