ସଚେତନତା କାର୍ଯ୍ୟକ୍ରମ ।
ଯାଜପୁର : ଯାଜପୁର ପୌରପାଳିକା ପକ୍ଷରୁ କୋଦଣ୍ଡପୁର ରେ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ର କିଭଳି କାର୍ଯ୍ୟ କରୁଛି ଆଉ ବର୍ଜ୍ୟବସ୍ତୁ କୁ କିଭଳି ବ୍ୟବହାର କରି ଶକ୍ତି ଉତ୍ପାଦନ ହେଉଛି ସେ ସମ୍ପର୍କରେ ବିରଜା ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କୁ ସଚେତନ କରାଯାଇଥିଲା । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ପୌରପାଳିକାର ଅଧକ୍ଷା ରାଞ୍ଜୁଲତା ହୋତା,ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ,କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀ ପ୍ରମୁଖ ଯୋଗ ଦେଇ ବର୍ଯ୍ୟବସ୍ତୁ ପରିଚାଳନା ଦିଗରେ ସହରବାସୀ ଙ୍କ ସହଯୋଗ କାମନା କରିଥିଲେ ।
