କ୍ଳୋବାଲ ଡିସ୍କଭରି ସ୍କୁଲରେ ତାଇକୋଣ୍ଡା ଖେଳାଳି ମାନଙ୍କୁ ବେଲ୍ଟ ପ୍ରଦାନ
ଝାରସୁଗୁଡା : ଝାରସୁଗୁଡା ଜିଲା ତାଇକୋଣ୍ଡା ଆସୋସିଏସନ ତରଫ ରୁ ଝାରସୁଗୁଡା ଓ ସୁନ୍ଦରଗଡ ରେ ଥିବା କ୍ଳୋବାଲ ଡିସ୍କଭରି ସ୍କୁଲର ୩୯ ଜଣ ବାଳକ, ବାଳିକା ତାଇକୁଣ୍ଡ ର ବିଭିନ୍ନ ବର୍ଗରେ ଶିକ୍ଷା ଲାଭ କରି ଥିବା ପ୍ରତିଯୋଗୀ ମାନଙ୍କର ଏଲୋବେଲଟ୍ , ଗ୍ରୀନ ବେଲଟ୍, ଓ ବ୍ଲୁ ବେଲଟ୍ ପ୍ରୋମଶନ ପରୀକ୍ଷା କରା ଯାଇ ଥିଲା । ତାଇକୋଣ୍ଡାର ଆନ୍ତଃ ଦେଶୀୟ ପରିଚାଳକ ତଥା ଜିଲ୍ଳା ର ତାଇକୁଣ୍ଡ ଆସୋସିଏସନର ସଂପାଦକ ମାଷ୍ଟର ସୁନ୍ଦର ମଣି ପଟେଲ କ୍ଳୋବାଲ ଡିସକଭରି ସ୍କୁଲରେ ପ୍ରତିଯୋଗିତା କରିଥିଲେ । ଏହି ପ୍ରତିଯୋଗିତା ରେ ଅତିଥି ଭାବରେ ଯୋଗ ଦେଇ ଥିବା ଝାରସୁଗୁଡା ଜିଲା କ୍ରିକେଟ ଆସୋସିଏସନର ସଭାପତି ପ୍ରଜ୍ଜଳ କୁମାର ପଟେଲ ଓ ହକି ଓଡିଶା ଆସୋସିଏସନର ଉପ- ସଭାପତି ଜୀବନ ମହାନ୍ତି ସଫଳ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ସ୍କୁଲର ନିର୍ଦ୍ଧେଶକ ନିଶାନ୍ତ ସାହୁ ଅତିଥି ମାନଙ୍କୁ ସମ୍ମାନୀତ କରି ଥିଲେ ।
