ଅଟୋ-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା, ୨ ମୃତ
ରାଉରକେଲା : ସୁନ୍ଦରଗଡର ଲହୁଣୀପଡା ପୋଇ ଗ୍ରାମ ନିକଟରେ ଅଟୋ- ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୮ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ମୃତକ ଓ ଆହତଙ୍କ ପରିଚୟ ଜଣା ପଡିନି । ଲହୁଣୀପଡା ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହୋଇ ୨୦ ଫୁଟ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାର ଶିକାର ଲୋକମାନେ ବଣାଇ ହାଟ ସାରି ନିଜ ଗ୍ରାମ ପୋଇଗାଁ ଅଞ୍ଚଳକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା ।
