ଜାମ୍ମୁ କାଶ୍ମୀରର କୃଷ୍ନାଘାଟିରେ ଅନୁପ୍ରବେଶ ପ୍ରୟାସ ବିଫଳ
ପୁଞ୍ଛ : ଜାମ୍ମୁ କାଶ୍ମୀରର ପୁଞ୍ଛ ଜିଲାର ନିୟନ୍ତ୍ରଣ ରେଖା କୃଷ୍ନାଘାଟି ଅଂଚଳରେ ଏକ ଅନୁପ୍ରବେଶ ପ୍ରୟାସକୁ ବିଫଳ କରି ଦିଆଯାଇଛି । ଗୁରୁବାର ବିଳମ୍ବିତ ରାତ୍ରିରେ ଏହି ଅଂଚଳରେ କିଛି ଅନୁପ୍ରବେଶକାରା ସିମାପାର ହେବାକୁ ଚେଷ୍ଟାକରୁଥିବାର ନଜରକୁ ଆସିଥିଲେ ।
ମିଳିଥିବା ସୁଚନା ଅନୁସାରେ ପୁର୍ବଦିନ ରାତ୍ରିରେ ଯେତେବେଳେ କିଛି ଆତଙ୍କବାଦୀ ନିୟଂତ୍ରଣରେଖା ପାରି ହୋଇ ଭାରତ ସୀମା ଭିତରକୁ ପଶିବାକୁ ଚେଷ୍ଟାକରୁଥିଲେ ସେତେବେଳେ ଭାରତୀୟ ଯବାନମାନେ ତାଙ୍କୁ ଚେତାବନୀ ଦେଇଥିଲେ । ଏହାପରେ ମଧ୍ୟ ଅନୁପ୍ରବେଶକାରୀ ମାନେ ଭାରତୀୟ ଯବାନ ମାନଙ୍କକଥାକୁ ଶୁଣିନଥିଲେ ଫଳରେ ଯବାନମାନେ ଗୁଳି ଚଳାଇବା ଆରମ୍ବ କରିଥିଲେ । ଗୁଳି ଚଳାଇବା ଆରମ୍ଭ ହେବା ପରେହିଁ ସେମାନେ ଫେରିବାକୁ ଆରମ୍ବ କରିଥିଲେ । ଏହି ଘଟଣା ପରେ ପରେ ଯବାନ ମାନେ ତଲାସି କରିବା ଆରମ୍ଭ କରିଦେଇଥିଲେ । ଜଣେ ପୁଲିସ୍ ଅଧିକାରିଙ୍କ କହିବା ଅନୁସାରେ କୃଷ୍ନାଘାଟି ଅଂଚଳରେ ପୁଲିସ୍ ଓ ଯବାନ୍ ମାନଙ୍କର ତଲାସି କାର୍ଯ୍ୟକ୍ରମ ଚାଲୁରହିଛି । ଏହା ଦ୍ୱାରା ସୁରକ୍ଷା କର୍ମିଙ୍କୁ ଜଣାପଡିଥିଲା ଯେ ଅଂନ୍ଧାରର ସୁଯୋଗ ନେଇ କେହି ଆତଙ୍କବାଦି ସୁରକ୍ଷା ବଳୟ ଭିତରେ ଲୁଚି ଛପି ଥାଇ ପାରନ୍ତି । ଖବର ଲେଖା ହେବା ବେଳକୁ ତଲାସି କାର୍ଯ୍ୟକ୍ରମ ଚାଲୁ ରହିଥିଲା ।
