ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା; ୪୨ ଗିରଫ
ଯାଜପୁର : ଯାଜପୁର ବିଞ୍ଝାରପୁର ବାଛୋଳରେ ଗତ ରବିବାର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଏଯାବତ୍ ମୁଖ୍ୟ ଅଭିଯୁକ୍ତଙ୍କ ସହ ୪୨ ଜଣ ଗିରଫ ହୋଇଥିବା ଜଣାପଡିଛି । ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ ସବୁ ସ୍ତରରେ ଦୃଢ଼ ନିନ୍ଦା କରାଯାଇଥିଲା । ବିଭିନ୍ନ ସାମ୍ବାଦିକ ସଂଗଠନ ତରଫରୁ ମଧ୍ୟ ଅବିଳମ୍ବେ ଦୋଷୀମାନଙ୍କୁ ଧରିବା ପାଇଁ ସାମ୍ବାଦିକ ସଂଗଠନଗୁଡିକର ପ୍ରତିନିଧିମାନେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଦାବି ପ୍ରତ୍ର ଦେଇଥିଲେ ।

ଏସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯାଜପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ଗତକାଲିର ଆକ୍ରମଣ ଘଟଣା ଉପରେ ଆଜି ଯାଜପୁର ଏସପି ୪୨ ଜଣ ଅପରାଧିଙ୍କୁ ପୋଲିସ ଗିରଫ କରିଥିବା ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ।
