କଲେଜ ଛାତ୍ରଙ୍କୁ ଆକ୍ରମଣ ଘଟଣା ନିନ୍ଦନୀୟ : ଏବିଭିପି
ଭୁବନେଶ୍ୱର : ମହର୍ଷି କଲେଜରେ ବିଦ୍ୟାର୍ଥୀମାନଙ୍କୁ ଅଣଛାତ୍ରଙ୍କ ଆକ୍ରମଣ ଘଟଣାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ନିନ୍ଦା କରିଛି । ଏହି ଘଟଣାରେ ଦୋଷୀକୁ ଗିରଫ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛି ଏବିଭିପି । ଏବିଭିପି ପକ୍ଷରୁ କୁହାଯାଇଛି ଯେ ବାରମ୍ବାର କ୍ୟାମ୍ପସରେ ଅଣଛାତ୍ର ପ୍ରବେଶ ଓ ବିଶୃଙ୍ଖଳା ରାଜ୍ୟରେ ଆଇନ ଶୃଙ୍ଖଳାର ନଗ୍ନଚିତ୍ରକୁ ଦର୍ଶାଉଛି । ମହର୍ଷି କଲେଜରେ ବିଦ୍ୟାର୍ଥୀମାନଙ୍କୁ ଅଣଛାତ୍ରଙ୍କ ଦ୍ୱାରା ଆକ୍ରମଣ ଦୃଢ଼ ନିନ୍ଦନୀୟ । ମୁଖ୍ୟମନ୍ତ୍ରୀ ଦୋଷୀଙ୍କୁ ଗିରଫ କରିବା ସହ ଏଭଳି ଘଟଣାର ପୁନରାବୃତି ନ ହେବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ।
