ପାକିସ୍ତାନ ମାଛ ଧରା ବୋଟରୁ ୪୦୦ କୋଟି ଟଙ୍କାର ଡ୍ରଗ୍ସ ଧରିଲା ଏଟିଏସ
ଗାନ୍ଧୀନଗର: ଗୁଜୁରାଟ କୁଚ୍ଛର ସମୁଦ୍ର ସୀମା ନିକଟରୁ ଡ୍ରଗ୍ସ ମିଳିବାର ଅନେକ ଘଟଣା ସାମ୍ନାକୁ ଆସିଛି । ଏବେ ପୁଣି ଗୁଜୁରାଟ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ସୋମବାର କୁଚ୍ଛର ଜଖାଉ ସମୁଦ୍ର ଉପକୂଳରୁ ୪୦୦ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଡ୍ରଗ୍ସ ଜବତ କରାଯାଇଛି । ତେବେ ଏହି ୭୭ କିଲୋ ହେରୋଇନ ସହିତ ୬ ପାକିସ୍ତାନୀଙ୍କୁ ମଧ୍ୟ ଗିରଫ କରାଯାଇଛି ଏବଂ ଏକ ପାକିସ୍ତାନୀ ଡଙ୍ଗା ଜବତ କରାଯାଇଛି ।
ଗୁଜୁରାଟର ଏଟିଏସ ଏବଂ କୋଷ୍ଟଗାର୍ଡର ମିଳିତ ଅପରେସନରେ ୪୦୦ କୋଟିରୁ ଊର୍ଦ୍ଧ୍ବ ଡ୍ରଗ୍ସ ଏବଂ ପାକିସ୍ତାନୀ ମାଫିଆଙ୍କୁ ଗିରଫ କରାଯାଇଛି । ତେବେ ଅଲ ହୁସୈନୀ ନାମକ ଏହି ପାକିସ୍ତାନୀ ଡଙ୍ଗା ସହିତ ସମସ୍ତ ପାକିସ୍ତାନ ନାଗରିକଙ୍କୁ ଜାଖୁଆ ବନ୍ଦରକୁ ଅଣାଯାଉଛି । ଯାହା ଉପରେ ଅଧିକ ତଦନ୍ତ ପରେ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ।
ସୂଚନା ଯେ, ‘ଅଲ ହୁସେନି’ ନାମକ ଏକ ପାକିସ୍ତାନୀ ବୋଟ୍ ଉପରେ ସନ୍ଦେହ ହେବାରୁ ରେଡ କରାଯାଇଥିଲା। ସେଥିରେ ୬ ଜଣ କ୍ର୍ୟୁ ମେମ୍ବର ଥିଲେ। ଏହି ବୋଟ୍ଟି ଭାରତୀୟ ସମୁଦ୍ର ଇଲାରେ ବିଚରଣ କରୁଥିଲା । ଯାଞ୍ଚ ପରେ ସେଥିରୁ ୭୭ କେଜିର ହେରୋଇନ ଜବତ କରାଯାଇଛି। ଏଥିସହ ୬ ଜଣଙ୍କୁ ଅଟକ ରଖାଯିବା ସହ ଅଧିକ ତଦନ୍ତ ପାଇଁ ବୋଟଟିକୁ ଜଖାଉ ନିକଟକୁ ଅଣାଯାଇଛି। ଗତ ଏପ୍ରିଲରେ ମଧ୍ୟ ଜଖାଉ ଉପକୂଳ କୁଚ୍ନିକଟରେ ମିଳିତ ଭାବେ ଅପରେଶନ କରାଯାଇଥିଲା। ସେତେବେ ୩୦ କିଲୋଗ୍ରାମ ହେରୋଇନ୍ ଜବତ କରାଯାଇଥିଲା। ଯାହାର ଆନୁମାନିତକ ମୂଲ୍ୟ ୧୫୦ କୋଟି ଟଙ୍କାର ହେବ। ଏହି ବୋଟଟି ପାକିସ୍ତାନର ହୋଇଥିଲା ବେଳେ ଏଥିରେ ୮ ଜଣଙ୍କୁ ଗିରଫ କରାଯାଇଥିଲା। ମୋରବି ଜିଲ୍ଲାରୁ ମଧ୍ୟଗୁଜୁରାଟ ଏଟିଏସ୍ ପ୍ରାୟ ୬୦୦ କୋଟି ଟଙ୍କାର ହିରୋଇନ୍ ଜବତ କରିଛି। ପୂର୍ବରୁ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ମୁନ୍ଦ୍ରା ବନ୍ଦରରୁ ୩,୦୦୦ କେଜିର ଡ୍ରଗସ୍ ଜବତ କରିଛି।
