ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ, ଭୋଟ୍ ଗଣତି ଆରମ୍ଭ
ଭୁବନେଶ୍ୱର : ଆଜି ବରଗଡ଼ ଜିଲାର ଅତାବିରା ଓ ଢେ଼ଙ୍କାନାଳ ଜିଲାର ହିନ୍ଦୋଳ ଏନଏସିରେ ଭୋଟ ଗଣତି ଚାଲିଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା ଗଣତି । ଉଭୟ ଆସନରେ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି।
ସୂଚନା ଯେ, ଗତ ୩ ତାରିଖରେ ଅତାବିରା ଓ ହିନ୍ଦୋଳ ଏନଏସି ପାଇଁ ମତଦାନ ହୋଇଥିଲା। ହିନ୍ଦୋଳରେ ୮୮ ପ୍ରତିଶତ ଓ ଅତାବିରାରେ ୭୪ ପ୍ରତିଶତ ମତଦାନ ହୋଇଥିଲା । ହିନ୍ଦୋଳ ଏନଏସିର ୧୬ଟି ୱାର୍ଡରେ କାଉନସିଲର ପଦବୀ ନିମନ୍ତେ ମୋଟ ୫୦ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୩ଜଣ ପ୍ରାର୍ଥୀ ମଇଦାନରେ ଥିଲେ । ଅତାବିରା ଏନଏସିର ୧୨ଟି ୱାର୍ଡରେ କାଉନସିଲର ପଦବୀ ପାଇଁ ୩୯ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।
