ବାଲେଶ୍ୱରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର : ୮୦ ଲକ୍ଷ ଟଙ୍କା ବ୍ୟୟରେ ଉଜ୍ବଳ ଆଲୋକ ବ୍ୟବସ୍ଥାର ଶୁଭାରମ୍ଭ କଲେ ୨ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ଉପ-ନିର୍ବାଚନରେ ଦେଇଥିବା ପ୍ରତିଶୃତି ପୂରଣ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱର ସହରକୁ ମୁଖ୍ୟ ପ୍ରବେଶ ପଥ ତଥା ତାମୂଳିଆରୁ କୁରୁଡ଼ା ଏବଂ ଭୀମପୁରାରୁ ବାଲେଶ୍ୱର ବସଷ୍ଟାଣ୍ଡ ରାସ୍ତାର ୮୦ ଲକ୍ଷ ଟଙ୍କା ବ୍ୟୟରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦଶହରା ଅବସରରେ ବାଲେଶ୍ୱର ବସଷ୍ଟାଣ୍ଡରୁ ଭୀମପୁରା ପର୍ଯ୍ୟନ୍ତ ରାସ୍ତାର ଉଜ୍ବଳ ଆଲୋକ ବ୍ୟବସ୍ଥାର ଶୁଭ ଉଦଘାଟନ କରିଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ।
ସେହିପରି କୁରୁଡ଼ାରୁ ତାମୂଳିଆ ପର୍ଯ୍ୟନ୍ତ ରାସ୍ତାର ଉଜ୍ବଳ ଆଲୋକ ବ୍ୟବସ୍ଥାର ଶୁଭ ଉଦଘାଟନ କରିଛନ୍ତି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଟାଉନ ସଭାପତି ସନତ ଦାସ, ପୂର୍ବତନ ପୌର ଉପ ନଗରପାଳ ମନୋଜ ରାଉତ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ତାପସ ପାଣିଗ୍ରାହୀ, ମହିଳା ରାଜ୍ୟ ଉପ ସଭାପତି ଉର୍ମିଳତା ଦାସ, ରାଜଲଷ୍ମୀ ଚାଟାର୍ଜୀ, ସେଖ ସାକିର, ସେଖ ରାଜୁ, ଆଶ୍ରିତା ତରେଇ, ମିନତୀ ବିଶ୍ୱାଳ, ସଞ୍ଜୟ ବେହେରା, ପଙ୍କଜ ଅଗ୍ରୱାଲ, ଅମ୍ବିକା ନାୟକ, ବାବାଜୀ ମଲ୍ଲିକ, ଅଞ୍ଜନ ନାୟକ, ବାଦଲ ଦାସ, ରୁନା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


