ଦେଶରେ ମଙ୍ଗଳବାର ସୁଦ୍ଧା ଦିଆଗଲାଣି ୨୨୦ କୋଟିରୁ ଅଧିକ କରୋନା ଟୀକା
ନୂଆଦିଲ୍ଲୀ : ଦେଶବ୍ୟାପି କରୋନା ଟୀକାକରଣ ଅଭିଯାନରେ ମଙ୍ଗଳବାର ସକାଳ ୮ ଟା ସୁଦ୍ଧା ୨୨୦ କୋଟି ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଣ୍ଟାରେ ୧୪ ହଜାର ୫୧୮ ରୁ ଅଧିକ ଟିକା ଦିଆଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ମଙ୍ଗଳବାର ସକାଳ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୨୨୦.୦୪ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି । ଗତ ୨୪ ଘଣ୍ଟାରେ ଦେଶରେ ସମୁଦାୟ ଆକ୍ଟିଭ୍ କେସ ୩୪୨୧ ଅଛି । ଗତ ୨୪ ଘଣ୍ଟାରେ ଆକ୍ଟିଭ କେସ ୦.୦୧ ପ୍ରତିଶତ ଅଛି ।
