ଝୁଲିଲା ଆର୍ଯ୍ୟନଙ୍କ ଜାମିନ, ୨୦ ଯାଏଁ ଜେଲ୍
ମୁମ୍ୱାଇ : କ୍ରୁଜ ଡ୍ରଗ୍ସ ମାମଲାରେ ଜେଲରେ ଥିବା ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତା ୨୦ ତାରିଖ ଦିନ ପୁଣିଥରେ ଏହି ମାମଲାର ବିଚାର କରାଯିବ । ସେ ପର୍ଯ୍ୟନ୍ତ ଆର୍ଯ୍ୟନ ଜେଲ୍ରେ ହିଁ ରହିବେ । ଅର୍ଥାତ ୨୦ ତାରିଖ ପର୍ଯ୍ୟନ୍ତ ସେ ଜେଲ୍ରେ କାଟିବେ ବୋଲି ଜଣାପଡ଼ିଛି । ଅନେକ ତର୍କ ବିତର୍କ ପରେ ବି ଆରୟନଙ୍କ ଜାମିନ କରାଇପାରିଲେ ନାହିଁ ତାଙ୍କ ଓକିଲ। ଆଜି ଆରୟନଙ୍କୁ ଜାମିନ ମିଳିଯିବ ବୋଲି ଆଶା କରାଯାଉଥିବା ବେଳେ ଏନସିବି ଓ ଆରୟନଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅକ୍ଟୋବର ୨୦ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି ବିଚାରପତି ଭିଭି ପାଟିଲ। ଦଶହରା ପରେ ହିଁ ରାୟ ଶୁଣାଇବେ ବୋଲି କହିଛନ୍ତି ବିଚାରପତି । ଏହା ସହ ଆଜି ଜେଲରୁ ବାହାରିବା ନେଇ ଆରୟନଙ୍କ ସ୍ବପ୍ନ ମଉଳି ଯାଇଛି। ଏବେ ୫ଦିନ ତାଙ୍କୁ ପୁଣି ଜେଲରେ ରହି ଦିନ କାଟିବାକୁ ପଡ଼ିବ। ଅକ୍ଟୋବର ୨୦ରେ ହିଁ ତାଙ୍କୁ ଜାମିନ ଦେବା ନେଇ ରାୟ ଶୁଣାଇବେ ଅଦାଲତ। ତେବେ ଅକ୍ଟୋବର ୨୦ରେ ମଧ୍ୟ ବିଚାରପତି ବ୍ୟସ୍ତ ରହିବେ ବୋଲି କହିବା ସହ ରାୟ ଶୁଣାଇବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।
ଗତ ମଙ୍ଗଳବାର ଦିନ ଶୁଣାଣି ବେଲେ ଏନସିବି ପକ୍ଷ ରଖୁଥିବା ଏଏସଜି ଦାବି କରିଥିଲା ଯେ ଆର୍ଯ୍ୟନ ବହୁତ ଦିନରୁ ଡ୍ରଗ୍ସ ସେବନ କରୁଛନ୍ତି। ଆର୍ଯ୍ୟନଙ୍କ ଓକିଲ ଏ ସବୁ ଅଭିଯୋଗ ଖାରଜ କରିଦେଇଛନ୍ତି। ଆର୍ଯ୍ୟନଙ୍କୁ ଜାମିନ ମିଳିବ ନା ନାହିଁ ତାହା ୨୦ ତାରିଖରେ ବିଚାର କରାଯିବ । ତେବେ ଏହି ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଏବେ ଆର୍ଥର ରୋଡ୍ ଜେଲରେ ଅଛନ୍ତି। ତାଙ୍କ ଅଡୁଆ କମିବାର ନାଁ ନେଉନି । ଆର୍ଯ୍ୟନଙ୍କ ଓକିଲ ସତୀଶ ମାନଶିନ୍ଦେ ସେସନ୍ କୋର୍ଟରେ ଜାମିନ ଆବେଦନ କରିଥିଲେ। ଆଜି ତାହାର ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ହେଲେ ଜାମିନ ମିଳିବ କି ନାହିଁ ତାହା କାଠିକର ପାଠ । କାରଣ ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରିବାକୁ ଏନସିବି ପ୍ରସ୍ତୁତ ହୋଇ ରହିଛି।
