କାଲି ବମ୍ବେ ହାଇକୋର୍ଟରେ ଆର୍ଯ୍ୟନ୍ଙ୍କ ଜାମିନ
ମୁମ୍ବାଇ : କ୍ରୃଜ ଡ୍ରଗ ପାର୍ଟି ମାମଲାଲେ ମଂଗଳବାର ଦିନ ହାଇକୋଟରେ ପିଲ୍ମ ଅଭିନେତା ଶାହାରୁଖ୍ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ , ତାଙ୍କ ବନ୍ଧୁ ଅରବାଜ ଖାନ ଓ ମୁନ୍ ମୁନ୍ ଧମେଚାଙ୍କ ବେଲ୍ ମିଳି ନାହଁ । ବେଲ୍ ପାଇଁ ବୁଧବାର ପୁଣି ଶୁୁଣାଣି ହେବ । ଆର୍ୟନ ଖାନ ସହିତ ୩ ଅଭିଯୁକ୍ତ ଙ୍କ ଜାମିନ ଆବେଦନର ଶୁୁଣାଣି ମଂଗଳବାର ଦିନ ଜଜ୍ ନିତିନ ସାବ୍ରୋଙ୍କ ଦ୍ୱାରା ହୋଇଛି । ଏନ୍ ସି ବି ଆଉ ଜଣେ ଓକିଲ ଅନିଲ ସିଂ କହିଛନ୍ତି ଯେ ଏହି ମାମଲାରେ ଅଂତରାଷ୍ଟ୍ରିୟ ଡ୍ରଗ୍ସ ଅପରାଧି ଯୋଡି ହୋଇ ଅଛନ୍ତି । ଅପରାଧିଙ୍କୁ ଜାମିନ ଦେବା ପରେ ମାମଲାର ଜାଂଚରେ ପ୍ରଭାବ ପଡିବ ଓ ଅଭିଯୁକ୍ତ ମାନେ ବିଦେଶ ଫେରାର ହେବାର ସମ୍ଭାବନା ମଧ୍ୟ ଅଛି । ଏଥିପାଇଁ ଜାମିନ ଆବେଦନକୁ ଖାରଜ କରିଦିଆଯାଇଛି ।
ଆର୍ୟନ ଖାନ୍ଙ୍କ ମାମଲାରେ ସୁପ୍ରିମ୍ କୋର୍ଟ ପ୍ରଖ୍ୟାତ ଓକିଲ ମୁକୁଲ ରୋହତଗି, ସତିସ ମାନେ ଶିଦେ, ଅମିତ ଦିଶାଇ ଆଦି ଓକିଲଙ୍କ ଏକ ଟିମ୍ ହାଇ କୋର୍ଟରେ ପକ୍ଷ ରଖିଛନ୍ତି। ମୁକୁଲ ରୋହତଗି କହିଛନ୍ତି ଯେ ଆର୍ୟନ୍ ଖାନଙ୍କ ପାଖରେ ଡ୍ରଗ୍ସ ମିଳିନଥିଲା ଓ ତାଙ୍କର ମେଡିକାଲ ଯାଂଚ ମଧ୍ୟ କରାଯାଇ ନାହିଁ । ଏହା ସହିତ ଡ୍ରଗ୍ସ ଖରିଦ କରିବା , ବ୍ୟବହାର କରିବା ଇତ୍ୟାଦିରେ କେଉଁଠି ସାମିଲ ନାହାଁନ୍ତି । ଆର୍ୟନ ଖାନ୍ଙ୍କ ସାଥି ଅରବାଜ ମଂର୍ଚାଂଟଙ୍କ ଜୋତାରୁ ୬ ଗ୍ରାମ ଡ୍ରଗ୍ସ ମିଳିଥିଲା । ଜୋତାରୁ ଡ୍ରଗ୍ସ ମିଳିବା ରୁ କିପରି ଜଣଙ୍କୁ ଅଭିଯୁକ୍ତ ବନାଇ ଦିଆଯାଉଛି । ô ଅରବାଜଙ୍କ ଜୋତାରୁ ମିଳିଥିବା ଡ୍ରଗ୍ସ ପାଇଁ ଆର୍ୟନ ଖାନଙ୍କୁ ମଧ୍ୟ ଅଭିଯୁକ୍ତ ସଜାଇ ଦିଆଯାଉଛି ।
