ଆର୍ଯ୍ୟନଙ୍କୁ ଅକ୍ଟୋବର ୪ ପର୍ଯ୍ୟନ୍ତ ରିମାଣ୍ଡରେ ନେବ ଏନସିବି
ମୁମ୍ବାଇ : ଜାହାଜରେ ଚାଲିଥିବା ଡ୍ରଗ ପାର୍ଟି ଘଟଣାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଛି। ଏନସିବି ଆର୍ଯ୍ୟନଙ୍କ ସମେତ ୩ଜଣଙ୍କୁ ଏହି ଘଟଣାରେ ଗିରଫ କରିଛି । ଏବେ ଆର୍ଯ୍ୟନଙ୍କୁ ଡାକ୍ତରୀ ପରୀକ୍ଷା ଲାଗି ନିଆଯାଇଛି । ଡ୍ରଗ ପାର୍ଟି କରିବା ଅଭିଯୋଗରେ ୮ଜଣଙ୍କୁ ହେପାଜତକୁ ନେଇଥିଲା । ସମସ୍ତ ୮ଜଣଙ୍କଠାରୁ ଚରସ, ଏମଡିଏମଏ, ଏମଡି ଏବଂ କୋକେନ ସମେତ ଅନ୍ୟ ଡ୍ରଗ୍ସ ଜବତ କରାଯାଇଥିଲା।
Mumbai: NCB takes Aryan Khan, Arbaz Seth Merchant and Munmun Dhamecha to the court.
— ANI (@ANI) October 3, 2021
They have been arrested in connection with the raid at a party at a cruise off the Mumbai coast yesterday pic.twitter.com/XLNy3UJly3
ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଚାଲିଥିବା ରେଭ୍ ପାର୍ଟି ଓ ସେଠାରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଅଟକ ଥିବା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଗିରଫ ହୋଇଛନ୍ତି । ଏହାପରେ ତାଙ୍କୁ ଅଦାଲତରେ ପେସ୍ କରାଯିବା ପରେ ଦିନିକିଆ ରିମାଣ୍ଡରେ ପଠାଇ ଦିଆଯାଇଛି। ଏନସିବି ଦୁଇଦିନ ରିମାଣ୍ଡ ଆବେଦନ କରିଥିବା ବେଳେ ଅଦାଲତ ଦିନଟିଏ ପାଇଁ ଅନୁମତି ଦେଇଛନ୍ତି।ଏଥିସହିତ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ, ମୁନମୁନ୍ ଧେମେକା, ନୂପୁର ସାରିକା, ଇସମିତ୍ ସିଂ, ମୋହକ ଜସୱାଲ୍, ବିକ୍ରାନ୍ତ ଚ୍ଛୋକର ଓ ଗୋମିତ୍ ଚୋପ୍ରାଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ରବିବାର ଆର୍ଯ୍ୟନ୍ ଖାନ, ଅରବାଜ୍ ମର୍ଚ୍ଚାଣ୍ଟ ଓ ମୁନମୁନ୍ ଧେମେକାଙ୍କ ମେଡିକାଲ ଯାଞ୍ଚ କରାଯାଇଛି। ସେମାନଙ୍କୁ ସନ୍ଧ୍ୟା ୭ଟାରେ କୋର୍ଟରେ ହାଜର କରାଯାଇଥିଲା। ତିନିଜଣ ଅଭିଯୁକ୍ତଙ୍କୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ନେବ। ଆର୍ଯ୍ୟନ୍ ଖାନଙ୍କ ଓକିଲ ସତୀଶ ମନେସିନ୍ଦେ କହିଛନ୍ତି, “ମୁଁ ମୋର କ୍ଲାଏଣ୍ଟ ଆର୍ଯ୍ୟନ ଖାନଙ୍କ ପାଇଁ ଜାମିନ ଆବେଦନ କରୁଛି। ମୁଁ ଏହାକୁ ଯେକୌଣସି ସମୟରେ ଦାଖଲ କରିପାରେ।” ଏଥିସହିତ ଅରବାଜ୍ ମର୍ଚ୍ଚାଣ୍ଟ ଓ ମୁନମୁନ୍ ଧେମେକାଙ୍କ ଓକିଲ ବି ଜାମିନ ଆବଦେନ କରିଛନ୍ତି।
