ତ୍ରିପୁରା ବିଧାନସଭା ନିର୍ବାଚନରେ ପାଖାପାଖି ୮୦ ପ୍ରତିଶତ ମତଦାନ
ଅଗରତଲା : ତ୍ରିପୁରା ବିଧାନସଭା ନିର୍ବାଚନରେ ୬୦ ସିଟ୍ରେ ପାଖାପାଖି ୮୦ ପ୍ରତିଶତ ମତଦାନ ହୋଇଛି । ନିର୍ଧାରିତ ସମୟ ପରେ ମଧ୍ୟ ଅନେକ ସ୍ଥାନରେ ମତଦାତା ମାନେ ଲାଇନରେ ଛିଡାହୋଇଥିବା କାରଣରୁ ରାଜ୍ୟରେ ମତଦାନ ପ୍ରତିଶତ ଆହୁରି ବଢିପାରେ ବୋଲି ଅନୁମାନ କରା ଯାଉଛି । ବିଧାନସଭା ନିର୍ବାଚନ ପାଇଁ ମତଦାନ ଶାନ୍ତିପୂର୍ଣ ରହିଛି ଓ କେଉଁ ଠାରୁ କୌଣସି ହିଂସା କିମ୍ବା ଅପ୍ରୀତିକର ଘଟଣା ସାମନାକୁ ଆସି ନାହିଁ । ନିର୍ବାଚନ କମିଶନଙ୍କ ଅନୁସାରେ ବର୍ତମାନ ସୁଦ୍ଧା ପାଖାପାଖି ୮୦ ପ୍ରତିଶତ ମତଦାନ ହୋଇଛି । ସେଠାରେ ସମୁଦାୟ ମତଦାତାଙ୍କ ସଂଖ୍ୟା ୨୮,୧୪,୫୮୪ ଥିବାବେଳେ ସଂନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଏହା ୨୨,୮୨,୩୯୨ ରେ ପହଂଚିଛି । ମତଦାନ ସଂନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଠିକ ଥିଲା କିନ୍ତୁ କିଛି ମତଦାନ କେନ୍ଦ୍ରରେ ଲାଇନ ବଢିବାରୁ ମତଦାନ ପକ୍ରିୟା ବର୍ତମାନ ମଧ୍ୟ ଜାରିରହିଛି ।
