ସଂସଦରେ ଉଠିଲା କଂଗ୍ରେସ ଭବନରେ ପୋଲିସର ବର୍ବରାତ ଘଟଣା
ନୂଆଦିଲ୍ଲୀ : ଦିଲ୍ଲୀରେ ଉଠିଲା କଂଗ୍ରେସ ଭବନରେ ପୋଲିସର ବର୍ବରାତ ଘଟଣା । ଭୁବନେଶ୍ୱରରେ ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ବିଧାନସଭା ଘେରାଓ ସମୟରେ ଛାତ୍ରଙ୍କ ଉପରେ ପୋଲିସର ମାଡ, କଂଗ୍ରେସ ଭବନରେ ପଶି ପୋଲିସର ମାଡ ମାରିବା ଘଟଣା ସଂସଦରେ ଉଠିଲା।
କୋରାପୁଟ ସାଂସଦ ସପ୍ତଗିରି ଉଲାକା ସୋମବାର ଏ ପ୍ରସଙ୍ଗ ସଂସଦରେ ଉଠାଇଛନ୍ତି। ଆନ୍ଦୋଳନରତ ଛାତ୍ରମାନେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଫଳରେ ସେମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସପ୍ତଗିରି। ତୁରନ୍ତ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ସେ ଦାବି କରିଛନ୍ତି।
