ନବ ଦାସ ହତ୍ୟା ମାମଲାରେ ସକ୍ଷମ ସଂସ୍ଥା ତଦନ୍ତ କରୁ – ଅର୍ଜୁନ ମୁଣ୍ଡା
ଭୁବନେଶ୍ୱର : ନବ ଦାସଙ୍କୁ ପୋଲିସ ଏଏସଆଇ ଗୁଳି କରି ହତ୍ୟା କରି ଦେବା ମାମଲାରେ କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି । ଏଠାରେ ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଯଦି ପୋଲିସ ରାଜ୍ୟର ମନ୍ତ୍ରୀଙ୍କୁ ହତ୍ୟା କରୁଛି ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେଉଥିବ । ତେଣୁ ଏହି ମାମଲାରେ ଏକ ସକ୍ଷମ ସଂସ୍ଥା ତଦନ୍ତ କରୁ ଓ ଏହା ଦ୍ୱାରା ସତ ସାମନାକୁ ଆସିବ ।
