ଚିନ୍ତା ବଢ଼ାଉଛି କି ମାଇଗ୍ରେନ? ଜାଣନ୍ତୁ ଲକ୍ଷଣ ଓ ଘରୋଇ ଉପଚାର
ଆଜିକାଲି ବହୁ ଲୋକଙ୍କ ମଧ୍ୟରେ ମାଇଗ୍ରେନ ସମସ୍ୟା ଦେଖିବାକୁ ମିଳୁଛି । ଯାହାକୁ ଆପଣ ସାଧାରଣ ମୁଣ୍ଡ ବିନ୍ଧା କହିପାରନ୍ତି । କିନ୍ତୁ ଏହି ସମସ୍ୟା ଲାଗି ରହିଲେ ଏହା ଆପଣଙ୍କୁ ବଡ଼ ସମସ୍ୟାରେ ପକାଇବା ଆଶଙ୍କା ରହିଛି । ଅନେକ ସମୟରେ ମାଇଗ୍ରେନ ସମସ୍ୟା ୨ରୁ ୩ ଘଣ୍ଟା ମଧ୍ୟରେ ଠିକ୍ ହୋଇଯାଇଥାଏ । କେବେକେବେ ଏହା ୨ରୁ ୩ଦିନ ଯାଏ ଆପଣଙ୍କ ଚିନ୍ତା ବଢ଼ାଇଥାଏ । ମାଇଗ୍ରେନ ସମସ୍ୟା ଆରମ୍ଭ ସମୟରେ ବାନ୍ତି ଲାଗିବା ସହ ଦୁର୍ବଳତା ଅନୁଭବ କରିଥାନ୍ତି । ଅନେକ ସମୟରେ ଲୋକମାନେ ଏହାକୁ ବୁଝି ପାରିନଥାନ୍ତି । ସାଧାରଣ ଭାବେ କିଛି ସମୟ ପାଇଁ ମୁଣ୍ଡ ବିନ୍ଧା ହେଉଛି କିମ୍ବା ଏହା ମାଇଗ୍ରନ କାରଣରୁ ହେଉଛି, ଏହାକୁ ନେଇ ଲୋକମାନେ ପ୍ରାରମ୍ଭିକ ସମୟରେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି । ଏଥିପାଇଁ ଜାଣିନିଅନ୍ତୁ ମାଇଗ୍ରନର ଲକ୍ଷଣ କଣ ଏବଂ ଘରୋଇ ଉପାୟରେ କିପରି ଏହି ରୋଗରୁ ମୁକ୍ତି ମିଳିପାରିବ ।
ମାଇଗ୍ରେନର ଲକ୍ଷଣ ଓ ଘରୋଇ ଉପଚାର :
ମାଇଗ୍ରେନର ଲକ୍ଷଣ ଗୁଡିକ ମଧ୍ୟରେ ପ୍ରବଳ ମୁଣ୍ଡବିନ୍ଧା, ଯାହା କେବଳ ବାମ କିମ୍ବା ଦକ୍ଷିଣ ପାର୍ଶ୍ୱ ମଥାରେ ବି ହୋଇପାରେ । ବ୍ଲଡ ପ୍ରେସର କମିଯିବା, ବାନ୍ତି ଲାଗିବା, ଉଚ୍ଚ ଶବ୍ଦ ପସନ୍ଦ ନଆସିବା, ଦୁର୍ବଳତା, ଆଖି ଯନ୍ତ୍ରଣା ହୋଇଥାଏ ।
ମାଇଗ୍ରେନର ଘରୋଇ ଉପଚାର :
୧- ମାଇଗ୍ରେନ ସମସ୍ୟା ସମୟରେ ଲବଙ୍ଗ ସେବନ ଲାଭଦାୟକ ହୋଇଥାଏ । ଲବଙ୍ଗ ଖାଇବା ପରେ ତୁରନ୍ତ ମୁଣ୍ଡ ବିନ୍ଧା କମିଯାଇଥାଏ । ଏପରି ସମୟରେ ଆପଣ କ୍ଷୀରରେ ଲବଙ୍ଗ ଚୂର୍ଣ୍ଣ ମିଶାଇ ପିଇ ପାରିବେ ।
୨- ମାଇଗ୍ରେନ ସମସ୍ୟା ସମୟରେ ଆପଣ ଡାଲଚିନି ମଧ୍ୟ ସେବନ କରିପାରିବେ । କାରଣ ଡାଲଚିନିରେ ଏପରି ତତ୍ତ୍ୱ ରହିଛି, ଯାହା ଖୁବଶୀଘ୍ର ଦରଦକୁ ହଟାଇ ଦେଇଥାଏ । ଆପଣ କ୍ଷୀରରେ ଡାଲଚିନି ମିଶାଇ ପିଇବା ସହ ଡାଲଚିନି ଗୁଣ୍ଡରେ ସାମାନ୍ୟ ପରିମାଣ ପାଣି ମିଶାଇ ମଥାରେ ଲଗାଇପାରିବେ । ଏହାଦ୍ୱାର ତୁରନ୍ତ ଆରାମ ମିଳିଥାଏ ।
୩- ମାଇଗ୍ରେନ ସମୟରେ ଅଦା (Ginger) ସେବନ ମଧ୍ୟ ଫଳପ୍ରଦ ହୋଇଥାଏ । କାରଣ ଏହା ଔଷଧୀୟ ଗୁଣରେ ଭରପୁର ରହିଥାଏ । ମୁଣ୍ଡ ବିନ୍ଧା ସମୟରେ ଏତ ଚାମଚ ମହୁ ସହିତ ଅଦା ରସ ମିଶାଇ ପିଇଲେ, ମାଇଗ୍ରନ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
୪-ମାଇଗ୍ରେନ ସମୟରେ କ୍ଷୀର ଓ ଗୁଡ଼ର ସେବନ କଲେ ସର୍ବାଧିକ ଲାଭ ମିଳିଥାଏ । ଏହାକୁ ଘରୋଇ ଆୟୁର୍ବେଦିକ ଉପଚାର କହିପାରିବେ ।
୫- ମାଇଗ୍ରେନ ସମୟରେ ଆପଣ ବରଫର ପ୍ରୟୋଗ କରିପାରିବେ । ସିଧାସଳଖ ବରଫ ଖଣ୍ଡ ମଥାରେ ନରଖି ସଫା କପଡ଼ାରେ ବରଫ ଖଣ୍ଡ ଗୁଡାଇ ମଥାରେ କିଛି ସମୟ ରଖିଲେ ଯନ୍ତ୍ରଣା କମିଯାଇଥାଏ । ୧୫ ମିନିଟରୁ ଅଧିକ ସମୟ ମତାରେ ବରଫ ନରଖିବା ଉଚିତ ।
ଏହି କଥା ଉପରେ ମଧ୍ୟ ରଖନ୍ତୁ ଧ୍ୟାନ :
ଅନେକ ସମୟରେ ନିଦ ପୂରା ହୋଇନଥିବା କାରଣରୁ ମୁଣ୍ଡ ବିନ୍ଧା ହୋଇଥାଏ, ତେଣୁ ନିନ୍ଦ୍ରା ସବୁବେଳେ ପୂରା ହେବା ଦରକାର ।
ମାଇଗ୍ରେନ ସମସ୍ୟା ସମୟରେ ଉଜ୍ଜଳ ଆଲୋକ ବଦଳରେ ଡିମ ଗ୍ରିନ ଲାଇଟ ବ୍ୟବହାର କରିବା ଉଚିତ ।
ମାଇଗ୍ରେନ ସମସ୍ୟା ସମୟରେ ମୋବାଇଲ ଫୋନ ବ୍ୟବହାର କରିବା ଅନୁଚିତ ।
ମାଇଗ୍ରେସ ସମସ୍ୟା ସମୟରେ ଖଟ୍ଟା ଫଳ ନଖାଇବା ଉଚିତ ।
