ରାସ୍ତାରେ ବୁଲୁଛି ବଉଳା କୁମ୍ଭୀର, ଭୟର ବାତାବରଣ
ପଟ୍ଟାମୁଣ୍ଡାଇ : ରାଜନଗର ଭିତରକନିକା ମୁଖ୍ୟରାସ୍ତା ଘଡିଆମାଳ ନିକଟ ରାସ୍ତାରେ ବୁଲୁଛି ବଉଳା କୁମ୍ଭୀର । ଗତ ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ରାସ୍ତାରେ କୁମ୍ଭୀରଟି ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ ।
ସୂଚନା ଯେ, କୋଚିଆ ନଦୀରୁ ବ୍ରାହ୍ମଣୀ ନଦୀକୁ ସେଇ ରାସ୍ତା ଦେଇ ଅତିକ୍ରମ କରୁଥିଲା ବଉଳା କୁମ୍ଭୀର । ଏଭଳି ବିଶାଳକାୟ କୁମ୍ଭୀରକୁ ରାସ୍ତା ଉପରେ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ତେବେ କୁମ୍ଭୀରଟି ସ୍ଥାନୀୟ ଅଞ୍ଚଳର ନଦୀ କିମ୍ବା ପୋଖରୀରେ ଥିବା ସନ୍ଦେହ କରୁଛନ୍ତି ଲୋକେ ।
