ଅରଡ଼ବଜାର ପ୍ରିମିୟର ଲିଗ୍ ଉଦ୍ଯାପିତ; ପୁଷ୍ପା ରିଟରନ୍ ଚମ୍ପିୟାନ
ବାଲେଶ୍ୱର : ବାଲେଶ୍ୱର ପୌରାଞ୍ଚଳର ୩୧ନଂ. ୱାର୍ଡ଼ରେ ଆୟୋଜିତ ‘ଅରଡ଼ବଜାର ପ୍ରିମିୟର ଲିଗ୍’ର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟଅତିଥି ଭାବେ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ସୁବାସିନି ଜେନା ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବେ ବିକ୍ରମ ପଣ୍ଡା, ସୁଜିତ ଦେବ, ଲକ୍ଷ୍ମୀନାରାୟଣ ମହାନ୍ତି, ମଇନୁଲ ଇସଲାମ, ଗଙ୍ଗାଧର ଜେନା, ସୂର୍ଯ୍ୟକାନ୍ତ କର, ୩୧ ନଂ. ୱାର୍ଡ଼ କାଉନ୍ସିଲର ରଞ୍ଜିତା ମହାପାତ୍ର, ମିନା ମହାନ୍ତି ଓ ସରୋଜ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।
ପୁଷ୍ପା ରିଟରନ୍ ଚମ୍ପିୟାନ ହୋଇଥିବା ବେଳେ ଦମନ ଫାଇଟର ରନର୍ସଅପ୍ ହୋଇଥିଲା । ଅତିଥିଙ୍କ ଦ୍ୱାରା ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ପରିତୋଷ ସାହା ଧନ୍ୟବାଦ ଦେଇଥିଲେ ।
