ତୀରନ୍ଦାଜି ବିଶ୍ଵକପ୍ : ସ୍ଵର୍ଣ୍ଣ ପଦକ ଜିତିଲେ ଅତନୁ ଓ ପତ୍ନୀ ଦୀପିକା
ନୂଆଦିଲ୍ଲୀ : ତୀରନ୍ଦାଜି ବିଶ୍ଵକପ୍ର ମିଶ୍ରିତ ବର୍ଗର ଫାଇନାଲ୍ ମ୍ୟାଚ୍ରେ ରବିବାର ଅତନୁ ଦାସ ଓ ତାଙ୍କ ପତ୍ନୀ ଦୀପିକା କୁମାରୀ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏହି ଭାରତୀୟ ଯୋଡି ନେଦରଲାଣ୍ଡର ଜେଫ ଓ୍ଵାନ ଡେନ ଓ ଗେବ୍ରିଏଲା ସୋଲେସରଙ୍କୁ ୫-୩ରେ ପରାସ୍ତ କରି ଭାରତକୁ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି।
ଏହା ପୂର୍ବରୁ ଦୀପିକା, ଅଙ୍କିତା ଭଗତ ଓ କୋମୋଲିକା ବାରିଙ୍କ ଭାରତୀୟ ମହିଳା ରିକର୍ଭ ଟିମ୍ ମେକ୍ସିକୋକୁ ୫-୧ରେ ସହଜରେ ହରାଇ ସ୍ଵର୍ଣ୍ଣ ପଦକ ଜିତିଥିଲେ। ମହିଳା ରିକର୍ଭ ଦଳ ଗତ ସପ୍ତାହରେ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଅଳ୍ପକେରୁ ବର୍ତ୍ତି ଯାଇଥିଲେ। ଏହି ସ୍ଵର୍ଣ୍ଣ ପଦକ ଉକ୍ତ ପରାଜୟର ନିରାଶକୁ କିଛି ମାତ୍ରାରେ କମ କରିବ। ଶନିବାର ଅଭିଷେକ ବର୍ମା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଥିଲେ।

