କୋଭାକ୍ସିନ ଏବଂ କୋଭିସିଲ୍ଡର ମିଶ୍ରଣର ପ୍ରଭାବ ଜାଣିବାର ପ୍ରସ୍ତାବକୁ ମଞ୍ଜୁରୀ
- ଡିସିଜିଆଇ ଭେଲୋରର ଖ୍ରିଷ୍ଟିଆନ ମେଡ଼ିକାଲ କଲେଜକୁ ଦେଲେ ଅନୁମତି
ନୂଆଦିଲ୍ଲୀ : ଡ୍ରଗ କଂଟ୍ରୋଲର ଜର୍ଣ୍ଣାଲ ଅଫ ଇଣ୍ଡିଆ(ଡିସିଜିଆଇ) କୋଭିସିଲ୍ଡ ଏବଂ କୋଭାକ୍ସିନର ମିଶ୍ରଣର ପ୍ରଭାବକୁ ଜାଣିବାପାଇଁ ପରୀକ୍ଷାକୁ ମଞ୍ଜୁରୀ ଦେଇଛନ୍ତି । ଏହି ପରୀକ୍ଷା ଭେଲୋରର ଖ୍ରୀଷ୍ଟିଆନ ମେଡ଼ିକାଲ୍ କଲେଜରେ ହେବ । ନୀତି ଆୟୋଗ ସଦସ୍ୟ ଡା. ବି.କେ. ପାଲ୍ ମଙ୍ଗଳବାର ଦିନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦୁଇ ଅଲଗା ଅଲଗା ଭ୍ୟାକ୍ସିନକୁ ନେଇ ପରୀକ୍ଷା ପାଇଁ ବେଲୁରର ମେଡ଼ିକାଲ କଲେଜକୁ ଅନୁମତି ଦିଆଯାଇଛି । ସୂଚନାନୁଯାୟୀ ସେଂଟ୍ରାଲ୍ ଡ୍ରଗ୍ସ ଷ୍ଟେଂଡର୍ଡ କଂଟ୍ରୋଲ ଅର୍ଗାନାଇଜେସନର ସବ୍ଜେକ୍ଟ ଏକ୍ସପର୍ଟ କମିଟି ୨୯ ଜୁଲାଇରେ ଏହି ସମ୍ବନ୍ଧରେ ପରୀକ୍ଷା କରିବାକୁ ସୁପାରିଶ କରିଥିଲେ । ଏହା ପୂର୍ବରୁ ଆଇସିଏମ୍ଆର୍ ମଧ୍ୟ ୧୬ ଲୋକଙ୍କ ଉପରେ ଦୁଇ ଅଲଗା ଅଲଗା ଭ୍ୟାକ୍ସିନ୍ର ମିଶ୍ରଣକୁ ନେଇ ଏକ ଅଧ୍ୟୟନ କରିଥିଲା, ଯେଉଁଥିରେ ଏହାଠାରୁ ଅଧିକ ସୁରକ୍ଷା ଦେବାର କଥା ଆଗକୁ ଆସିଛି ।
ଏହି ପରୀକ୍ଷାର କଣ ଅର୍ଥ ଦୁଇ ଅଲଗା ଅଲଗା ଭ୍ୟାକ୍ସିନର ମିଶ୍ରଣକୁ ନେଇ ଅନେକ ମାସରୁ ଚର୍ଚ୍ଚା ହେଉଛି । ସହଜ ଭାଷାରେ ବୁଝିବାକୁ ହେବ, ଯଦି ଜଣେ ବ୍ୟକ୍ତି ଟିକାର ପ୍ରଥମ ଡୋଜ୍ କୋଭାକ୍ସିନ ନେଇଥିବ ଏବଂ ଦ୍ୱିତୀୟ ଡୋଜ୍ କୋଭିଶିଲ୍ଡ ନେବ ତେବେ ଦୁଇ ପ୍ରକାର ଭ୍ୟାକ୍ସିନିର ମିଶ୍ରଣରୁ ତାକୁ କରୋନା ସଂକ୍ରମଣରୁ ବଂଚାଇବା ସମ୍ଭବ ହେବ କି? ଯଦି ସମ୍ଭବ ତେବେ ଏହା କେତେ ପ୍ରତିଶତ ପ୍ରଭାବଶାଳୀ ହେବ । ଏହା ସାଙ୍ଗରେ ଆଉ ଏକ ପ୍ରଶ୍ନର ମଧ୍ୟ ଉତର ମିଳିବ କି ଏପରି କରିବା ଦ୍ୱାରା କୌଣସି ସାଇଡ୍ଇଫେକ୍ଟ ହେବନାହିଁ ତ । ବର୍ତମାନର ପ୍ରୋଟୋକଲ ଅନୁସାରେ ଯେଉଁ ଲୋକମାନେ କୋଭାକ୍ସିନ ନେଇଛନ୍ତି, ସେମାନେ ଦ୍ୱିତୀୟ ଡୋଜ୍ ମଧ୍ୟ କୋଭାକ୍ସିନ ନେବା ଦରକାର ।
