ଧର୍ମମାସ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାକୁ ଆପର ଦାବି
ପୁରୀ : ମହାକାର୍ତିକରେ ଶ୍ରୀକ୍ଷେତ୍ରର ବିଭିନ୍ନ ମନ୍ଦିର ଓ ତୀର୍ଥସ୍ଥଳି ଦର୍ଶନ ପାଇଁ ଧାର୍ମିକ ବ୍ୟକ୍ତିଙ୍କ ଆଗମନ ହେଉଛି । ଗତ ବାହୁଡ଼ା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବ ଖୋଲିବ ବୋଲି ପ୍ରଶାସନ କହୁଥିବାବେଳେ ମନ୍ଦିର ଖୋଲୁନାହିଁ । ଯାହାଫଳରେ ପ୍ରତିଦିନ ହଜାର ହଜାର ଭକ୍ତ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରୁ ଫେରୁଛନ୍ତି । ଏହାସହ ନରେନ୍ଦ୍ର ପୁଷ୍କରଣୀ ଚନ୍ଦନ ଚକଡ଼ାରେ ଥିବା ମନ୍ଦିର ଗୁଡ଼ିକ ଖୋଲୁନାହିଁ । ଏହାକୁ ଖୋଲିବା ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ଏକ ଅନୁରୋଧ ପତ୍ର ପଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନିଲ କୁମାର ସେନାପତି,ରାଜେଶ ପଣ୍ଡା,ସନ୍ତୋଷ ତ୍ରିପାଠୀ, ରଶ୍ମରଞ୍ଜନ ରାଉତରାୟ ଓ ଅନିଶ ପ୍ରମୁଖ ଯୋଗ ଦେଇଥିଲେ ।
