କ୍ରିକେଟ ମଇଦାନକୁ ଓହ୍ଲାଇବେ ଅନୁଷ୍କା ! ଭାଇରାଲ ହେଉଛି ଫଟୋ
ମୁମ୍ବାଇ: କ୍ରିକେଟର ବିରାଟ୍ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା କ୍ରିକେଟ୍ ମଇଦାନକୁ ଓହ୍ଲାଇବେ ! ବାସ୍ତବରେ ସେ ଖେଳିବା ପାଇଁ ନୁହେଁ ବରଂ ଅନୁଷ୍କା କିମ୍ବଦନ୍ତୀ ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ରିୟଲ୍ ଷ୍ଟୋରୀକୁ ନେଇ ଆଧାରିତ ଫିଲ୍ମ ‘ଚକଦା ଏକ୍ସପ୍ରେସ’ ପାଇଁ ପ୍ରସ୍ତୁତ ହୋଇଛନ୍ତି ।

ଏହି ଫିଲ୍କରେ ସେ ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିବେ । ନିଜକୁ ଝୁଲଣଙ୍କ ଭୂମିକାରେ ଖାପ ଖୁଆଇବା ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି । ଏପରିକି ସେ ନେଟ୍ସରେ ପ୍ରାକ୍ଟିସ୍ ମଧ୍ୟ କରୁଛନ୍ତି। ଏହାର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।
