ଅନୁପମାଙ୍କୁ ଛାଡ଼ି ହସୀନା ସହ ଅନୁଜ କଲେ ଲିପଲକ୍, ଭିଡିଓ ଭାଇରାଲ
ମୁମ୍ବାଇ : ଟିଭି ସିରିଏଲ ‘ଅନୁପମା’ ଦର୍ଶକଙ୍କ ଖୁବ୍ ପସନ୍ଦ। ଗତ କିଛି ସପ୍ତାହ ଧରି ଏହା ଟିଆରପି ତାଲିକାର ଶୀର୍ଷରେ ରହିଛି। ‘ଅନୁପମା’ର ପ୍ରତ୍ୟେକ ଏପିସୋଡରେ ନୂଆ ନୂଆ ଟୁଇଷ୍ଟ୍ ଦେଖାଯାଏ। ଯାହାକୁ ନେଇ ଦର୍ଶକ ମଧ୍ୟ ଖୁବ ଉତ୍ସାହିତ ରୁହନ୍ତି। ଏହି ସମୟରେ ଅନୁଜ କାପାଡିଆ ତଥା ଗୌରବ ଖାନ୍ନାଙ୍କ ଏକ ଭିଡିଓ ଯଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି, ଯାହାକୁ ଦେଖି ଆପଣଙ୍କର ହୋସ ଉଡ଼ିଯିବ!
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଗୌରବ ଖାନ୍ନା ଜଣେ ମହିଳାଙ୍କ ସହିତ ରୋମାଣ୍ଟିକ ହେଉଛନ୍ତି। ତେବେ ସେହି ମହିଳା ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ତାଙ୍କ ପତ୍ନୀ ଆକାଂକ୍ଷା ଚାମୋଲା। ଗୌରବ ଓ ଆକାଂକ୍ଷାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଝାଇ ଯାଇଛି। ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳେ ଯେ, ଗୌରବ ଖାନ୍ନା ଚେୟାରରେ ବସି ଜୋତା ପିନ୍ଧୁଛନ୍ତି। ତା’ପରେ ପତ୍ନୀ ଆକାଂକ୍ଷା ତାଙ୍କ ପାଇଁ ପାଣି ବୋତଲ ଆଣିଥାନ୍ତି। ଗୌରବ ଖାନ୍ନା ପାଣି ବୋତଲ ପାଇବା ପାଇଁ ହାତ ବଢାଇବା ମାତ୍ରେ ଆକାଂକ୍ଷା ବୋତଲ ଛାଡି ତାଙ୍କ ହାତକୁ ଧରିଲେ। ତା’ପରେ ଗୌରବ ପତ୍ନୀ ଆକାଂକ୍ଷାଙ୍କ ଓଠରେ ଚୁମ୍ବନ ଦେଲେ। ଦମ୍ପତିଙ୍କର ଏହି ରୋମାନ୍ସ ଶୈଳୀକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।
ସୂଚନା ଯେ, ନିକଟରେ ଗୌରବ ଖାନ୍ନା ଏବଂ ଆକାଂକ୍ଷା ଚାମୋଲାଙ୍କ ସମ୍ପର୍କକୁ ୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆକାଂକ୍ଷଆ ଏହି ରୋମାଣ୍ଟିକ ଭିଡିଓକୁ ସ୍ୱାମୀ ଗୌରବଙ୍କ ସହ ସେୟାର କରିଛନ୍ତି। ଯେଉଁଥିରେ ପ୍ରଶଂସକମାନେ ସେମାନଙ୍କ ପ୍ରେମକୁ ୱାଃ ୱାଃ କହୁଛନ୍ତି। ଆକାଂକ୍ଷା ଚାମୋଲା ଅନେକ ସମୟରେ ତାଙ୍କ ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ସ୍ୱାମୀ ଗୌରବଙ୍କ ସହ ସେୟାର କରନ୍ତି, ଯାହାକୁ ଲୋକେ ବହୁତ ପସନ୍ଦ ମଧ୍ୟ କରନ୍ତି। ଉଲ୍ଲେଖନୀୟ କଥା ହେଉଛି, ଆକାଂକ୍ଷା ଚାମୋଲା ଏବଂ ଗୌରବ ଖାନ୍ନାଙ୍କ ପ୍ରେମ କାହାଣୀ ଏକ ଚଳଚ୍ଚିତ୍ର (Film) ଠାରୁ କମ୍ ନୁହେଁ। ଦୁହେଁ ପ୍ରଥମେ ଏକ ଅଡିଟୋରିୟମରେ ସାକ୍ଷାତ ହୋଇଥିଲେ। ସେତେବେଳେ ଗୌରବ ଖାନ୍ନା ଟିଭିର ଜଣେ ପ୍ରସିଦ୍ଧ ଅଭିନେତା ଥିଲେ, କିନ୍ତୁ ଆକାଂକ୍ଷଆ ଚାମୋଲା ଇଣ୍ଡଷ୍ଟ୍ରିରେ ନୂଆ ଥିଲେ। ସେତେବେଳେ ଆକାଂକ୍ଷା, ଗୌରବ ଖାନ୍ନାଙ୍କୁ ଚିହ୍ନି ପାରିନଥିଲେ। ଏକ ସାକ୍ଷାତକାର ସମୟରେ ଗୌରବ ନିଜେ ଏହା ପ୍ରକାଶ କରିଥିଲେ।
