ଡିଙ୍ଗାଶୋଳରେ ଆନ୍ତଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମୋରଡାର ମହାକାଳ କ୍ରିକେଟ ବିଜେତା
ଜଳେଶ୍ୱର : ଜଳେଶ୍ୱର ବ୍ଲକ ଅନ୍ତର୍ଗତ କୋଟସାହି ପଂଚାୟତର ଡିଙ୍ଗାଶୋଳ ଗାଁ ପଡିଆରେ ମା ମଂଗଳାମାତା ଯୁବକ ସଂଘ ପକ୍ଷରୁ ୮ଦିନ ଧରି ଚାଲିଥିବା କ୍ରିକେଟ ଖେଳର ଉଦ୍ଯାପନ ହୋଇଛି । ପୁରସ୍କାର ବିତରଣୀ ସଭାରେ କାଳିକଂକର ଦାସମହାପାତ୍ର ସଭାପତିତ୍ୱ କରିଥିଲେ । ଏଥିରେ ବ୍ଳକର ପୂର୍ବତନ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ମୁଖ୍ୟ ଅତିଥିଭାବେ ଏବଂ ସମ୍ମାନୀତ ଅତିଥିଭାବେ ହେମନ୍ତ କୁମାର ଜେନା, ମୁଖ୍ୟବକ୍ତାଭାବେ ବିଶ୍ୱନାଥ ଦାସ ମହାପାତ୍ର, ସମ୍ମାନୀତ ଅତିଥିଭାବେ ହରେନ୍ଦ୍ର ନାଥ ଜେନା, ବିକର୍ତ୍ତନ ଜେନା, ରଜନୀକାନ୍ତ ଜେନା, ମାନସ ଦାସମହାପାତ୍ର, ଗଗନବିହାରୀ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିଜେତା ମୋରଡାର ମହାକାଳ କ୍ରିକେଟ ଟିମ୍ର ଅଧିନାୟକ ବିବେକାନନ୍ଦ ଦାସଙ୍କୁ ଟ୍ରଫ ଓ ନଗଦ ୧୪ ହଜାର ଟଙ୍କା ଏବଂ ଡିଙ୍ଗାଶୋଳର ରନର୍ସ ଟାଇଗ ଇଲେଭେନ୍ ଦଳର ଅଧିନାୟକ ମାନସ କୁମାର ଦାସ ମହାପାତ୍ରଙ୍କୁ ଟ୍ରଫ ଓ ୧୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ଆୟୋଜକ ମଂଗଳାମାତା ଯୁବକ ସଂଘର ସଭାପତି ରବିନ୍ଦ୍ର ଜେନାଙ୍କ ନେତୃତ୍ୱରେ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା ।
