ଚିତ୍ରକୋଣ୍ଡାରେ ପୁଣି ମାଓ ବିରୋଧୀ ପୋଷ୍ଟର
ମାଲକାନାଗିରି : ପୁଣି ବିଚ୍ଛିନ୍ନାଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି । ମାଲକାନାଗିରି ଜିଲା ଚିତ୍ରକୋଣ୍ଡାର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଦେଖିବାକୁ ମିଳିଛି । ଓଡ଼ିଶା ଆଦିବାସୀ ବିକାଶ ମଞ୍ଚ ତରଫରୁ ଏହି ନକ୍ସଲ ବିରୋଧୀ ପୋଷ୍ଟର ଜାରି କରାଯାଇଛି ବୋଲି ଉଲ୍ଲେଖ ରହିଛି ।
ପୋଷ୍ଟରରେ ଆଦିବାସୀ ସଂପ୍ରଦାୟର ନକ୍ସଲଙ୍କୁ ମାଓ ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ପାଇଁ ରହିଛି। କିଛି ଅଣ ଓଡ଼ିଆ ମାଓ ସଂଗଠନରେ ରହି ଓଡ଼ିଆ, ଆଦିବାସୀ ମାଓ କ୍ୟାଡ଼ରଙ୍କୁ ବିଭିନ୍ନ ପ୍ରକାରର ନିର୍ଯାତନା ଦେଉଛନ୍ତି । ଯାହାଫଳରେ ବଳି ପଡ଼ୁଛନ୍ତି ଓଡ଼ିଆ, ଆଦିବାସୀ ମାଓ ନେତା । ସେଥିପାଇଁ ଓଡ଼ିଆ, ଆଦିବାସୀ ମାଓନେତା ମାନେ ସଂଗଠନ ଛାଡ଼ି ଦେଉଛନ୍ତି ବୋଲି ପୋଷ୍ଟରରେ ଲେଖା ଯାଇଛି । ସେହିପରି ଅଞ୍ଚଳରେ ହେଉଥିବା ଉନୟନ ମୂଳକ କାର୍ଯ୍ୟ, ଯଥା ରାସ୍ତା କାର୍ଯ୍ୟକୁ ବିରୋଧ କରୁଛନ୍ତି ଅଣଓଡ଼ିଆ ମାଓ ନେତା । ବିକାଶ ମୂଳକ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ବାଧା ସୃଷ୍ଟି କରୁଛନ୍ତି । ତେଣୁ ମାଓସଂଗଠନରେ ଆମ ଆଦିବାସୀ, ଓଡ଼ିଆ ଭାଇ ଭଉଣୀଙ୍କ ପ୍ରତି ହେଉଥିବା ଅନ୍ୟାୟରୁ ମୁକ୍ତି କରିବା ପାଇଁ ମାନବାଧିକାର ସଂଗଠନ ଗୁଡ଼ିକୁ ସହଯୋଗ କରିବାକୁ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ଆଦିବାସୀ ବିକାଶ ମଞ୍ଚ ।
