ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା
ଭୁବନେଶ୍ୱର : ରାଜ୍ୟକୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ଆସନ୍ତା ୩୧ ତାରିଖ ଯାଏ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ । ସେହିପରି ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷାର ମଧ୍ୟ ଆଶଙ୍କା ରହିଛି।
ମଙ୍ଗଳବାର ରାଜ୍ୟର କିଛି ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ଝଡ଼-ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ରହିବ। ଏଥିସହିତ ୨୯ ଏବଂ ୩୦ ତାରିଖରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ଯାଜପୁର କୋରେଇରେ ସର୍ବାଧିକ ୬୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଉପକୂଳ ଜିଲା ଗୁଡ଼ିକରେ ହାଲୁକା ବର୍ଷା ହୋଇଥିଲେ ମଧ୍ୟ ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିନାହିଁ । ପାଖପାଖି ଅପରାହ୍ନ ୨ଟା ଯାଏ ପ୍ରବଳ ଖରା ହେଉଛି, ତାପରେ ବର୍ଷା ହେଉଛି ।
