ତିଳପଦା ଗ୍ରାମର ରବିନ୍ଦଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉଜଣକୁ ଆଜୀବନ କାରାଦଣ୍ଡ
ASSET_BARCODE: BCK-951-BS ## DESCRIPTION: Baltimore City Jail ## EXTENDED_DESCRIPTION: 3 | ## CAPTION: ## SUMMARY:
ଯାଜପୁର : ଯାଜପୁର ଜିଲା ଦୈାରା ଜଜ୍ଙ୍କ ଇଜିଲାସ୍ରେ ବୁଧବାର ଦିନ ବଡ଼ଚଣା ଥାନା ଅଧିନସ୍ଥ ତିଳପଦା ଗ୍ରାମର ରବିନ୍ଦ୍ର ମଲିକ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଆଉ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ସହିତ ୧୦ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ ଏକ ରାୟ ପ୍ରକାଶ ପାଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ପୁର୍ବରୁ ୪ଜଣ ହତ୍ୟାକାରୀଙ୍କୁ ୨୦୧୫ ମସିହାରେ ଜିଲା ଜଜ୍ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଆହୁରୀ ମଧ୍ୟ ଜଣେ ଏବେବି ଫେରାର ଥିବା ପ୍ରକାଶ । ବିବରଣୀରୁ ପ୍ରକାଶ ଯେ ୨୪.୦୮.୨୦୧୨ ମସିହାରେ ରବିନ୍ଦ୍ର ମଲିକ ଓ ତାଙ୍କ ସାଥି ମୂଷା ମଲିକ ଏକ କାର୍ଯ୍ୟରେ ଯାଉଥିବା ବେଳେ ବୁଢ଼ା କେନ୍ଦୁଆ ଗ୍ରାମ କଲଭର୍ଟ ଠାରେ ଯୋଜନା ବଦ୍ଧ ଭାବେ ପୁର୍ବରୁ ଲୁଚି ରହିଥିବା ଅଭିଯୁକ୍ତ ୬ଜଣ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ମୂଷା ମଲିକ ଭୟଭିତ ହୋଇ ସେଠାରୁ ଦୈାଡ଼ି ପଳାଇଥିବା ସ୍ଥଳେ ରବିନ୍ଦ୍ର ମଲିକଙ୍କୁ ଅଭିଯୁକ୍ତ ମାନେ ହତ୍ୟା କରିିଥିଲେ । ଏହି ଘଟଣା ପୋଲିସ୍ ତଦନ୍ତ କରି ମାମଲା ରୁଜୁ କରିଥିବା ବେଳେ ୨୮.୦୨.୨୦୧୫ରେ ୪ଜଣ ଆସାମୀଙ୍କୁ ଆଜିବନ କାରାଦଣ୍ଡ ହୋଇଥିଲା । ବାପିନା ମଲିକ ଫେରାର ଥିବା ବେଳେ ତାହାକୁ ପୋଲିସ୍ ଗିରଫ କରି ବିଚାର ପାଇଁ କୋର୍ଟକୁ ପଠାଇଥିଲା । ଏହି ମାମଲା ଟି ମାନ୍ୟବର ବିଚାରପତି ୨୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆଜି ରାୟ ପ୍ରକାଶ କରିଛନ୍ତି । ସମ୍ପୃକ୍ତ ଆସାମୀକୁ ଆଜିବନ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିଲେ । ଏହି ଅର୍ଥ ଅନାଦେୟରେ ଆହୁରୀ ଅଧିକ ୬ମାସ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଦ୍ୟାବଧି ଅନ୍ୟଜଣେ ଆସାମୀ ନଟ ମଲିକ ଫେରାର ଥିବା ସରକାରୀ ଓକିଲ ରାଜେନ୍ଦ୍ର ନାୟକଙ୍କ ଠାରୁ ପ୍ରକାଶ ।
