ବଙ୍ଗୋପସାଗରେ ଆଉ ଏକ ଲଘୁଚାପ, ୪୮ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଶୀତଲହରୀ ଜାରି ରହିଥିବାବେଳେ ଦକ୍ଷିଣ-ପୂର୍ବ ବଙ୍ଗପୋସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ।
ତେବେ ବର୍ତ୍ତମାନ ସମୟରେ ଏହା କେବଳ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଘନୀଭୂତ ହେବା ସହ ପୂର୍ବ ଓ ଉତ୍ତର-ପୂର୍ବ ଦିଗରେ ସ୍ଥଳ ଭାଗ ମୁହାଁ ହେବା ନେଇ ପ୍ରାରମ୍ଭିକ ଭାବେ ଆକଳନ ପ୍ରକାଶ ପାଇଛି । ଏହାର ପ୍ରଭାବ ଓ ଗତିପଥ ନେଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଚିତ୍ର କ୍ରମଶଃ ସ୍ପଷ୍ଟ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।
ବର୍ତ୍ତମାନର ସମୀକରଣକୁ ଦେଖି ଆଜି ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ୪୦-୫୦ କି.ମି ଘଣ୍ଟା ପ୍ରତି ବେଗର ପବନ ବୋହିବା ସହ ସମୟ ସମୟେ ଏହା ହେବ ବୃଦ୍ଧି ପାଇ ୬୦ କି.ମିରେ ପହଞ୍ଚିବା ନେଇ ପୂର୍ବାନୂମାନ ପ୍ରକାଶ ପାଇଛି । ତେବେ ଏହାର ପୂର୍ବ ଉପକୂଳ ଉପରେ କଣ ପ୍ରଭାବ ରହିବ, ତାହା ଆସନ୍ତା କିଛି ଘଣ୍ଟାରେ ସ୍ପଷ୍ଟ ହେବା ନେଇ କହିଛି ଆଇଏମଡି ।
